pakka

୧୯୮୦-୮୩ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ ଓ ଶିକ୍ଷକ ସମ୍ବର୍ଦ୍ଧନା ସମାରୋହ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରବିବାର ଦିନ ବହୁ ପୁରାତନ ଅନୁଷ୍ଠାନ ଉତ୍କଳ ମଣି ପ୍ରାଥମିକ ବିଦ୍ୟାଳୟ ସାବୁଳିୟା ସଭାଗୃହ ପରିସରରେ କରୋନା କଟକଣା ନୀତିନିୟମ ଭିତରେ ଛାତ୍ରଛାତ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଦାସଙ୍କ ସଭାପତିତ୍ୱରେ ୧୯୮୦-୮୩ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ବନ୍ଧୁ ମିଳନ ଓ ଶିକ୍ଷକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ନିମନ୍ତ୍ରଣ ପତ୍ର ସୂଚିତ ପ୍ରକାରେ ଆମନ୍ତ୍ରିତ ଅତିଥିମାନଙ୍କୁ ଶଙ୍ଖନାଦ, ଚନ୍ଦନ, ସିନ୍ଦୁର ମସ୍ତକରେ ଦେଇ ପତାକା ଉତ୍ତୋଳନ ଓ ବୃକ୍ଷ ରୋପଣ ସହ ସଭା କକ୍ଷକୁ ପ୍ରବେଶ କରାଇଥିଲେ । ଏଥିସହ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଉପଢୌକନ ପ୍ରଦାନ ସହ କାର୍ଯ୍ୟକ୍ରମ ପୂର୍ବରୁ ଦିବଙ୍ଗତ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ସମବେତ ଭାବେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଦ୍ୱୀପ ବନ୍ଦନା, ଗଣେଶ ଶ୍ଳୋକ ଓ ଶ୍ଳୋକ ପାଠ ପଠନ କରିଥିଲେ କୃଷ୍ଣଚନ୍ଦ୍ର ମହାରଣା ଓ ସୁଶ୍ରୀ ଗୀତାଞ୍ଜଳି ସେନାପତି । ସମ୍ପାଦକ ବିବରଣୀ ପଠନ କରିଥିଲେ କୃଷ୍ଣଚନ୍ଦ୍ର ମହାରଣା ।କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଦାସ ତଥା ମଞ୍ଚ।ସୀନ ବ୍ୟକ୍ତିମାନେ ଉପସ୍ଥିତ ପୁରାତନ ଛାତ୍ର ଛାତ୍ରୀ ଓ ବନ୍ଧୁ ପରିଜନମାନଙ୍କୁ ଅଭିଭାଷଣ ମାଧ୍ୟମରେ ଯୋଗ ଆଶ୍ରମ ଭିତରେ କରାଯାଏ, ନେପୋଲିୟନ ବୋନପାର୍ଟ, ସଂସ୍କାରବାଦୀ ଓ ସଂଘ ଦ୍ଵାରା ସମାଜ ତିଷ୍ଠିବ । ଗୁରୁ ଶିଷ୍ୟ ପରମ୍ପରା, ଆଜିର ପିଲା ପାଖରେ ଭୟ କିମ୍ବା ଭକ୍ତି ନାଇ, ନୈତିକତା ଉଭାଇ ଗଲାଣି, ମୋବାଇଲ ଗ୍ରହଣ କର କିନ୍ତୁ ଅନିଶ୍ଚିତତା ଦିଗକୁ ଗତି କରନ୍ତୁ ନାହିଁ ବୋଲି ପ୍ରକାଶ କରିଥିଲେ । ମଞ୍ଚ।ସୀନ ବ୍ୟକ୍ତିମାନଙ୍କ ମଧ୍ୟରେ ବିଜୟ ଚନ୍ଦ୍ର ଦାସ, ଲକ୍ଷ୍ମୀକାନ୍ତ ସାହୁ, ଲକ୍ଷ୍ମୀଧର ପ୍ରହରାଜ, ବିଶ୍ୱନାଥ ଦାସ, ମଙ୍ଗୁଳି ଚରଣ ଜେନା, ବିପିନ ପଲାଇ, ପୀତବାସ ସାହୁ, ସନ୍ୟାସୀ ଲେଙ୍କା ଓ ବିଜୟ କୁମାର ଦାସ ଅଧିଷ୍ଠିତ ହୋଇଥିଲେ । କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ଦେବେନ୍ଦ୍ର କୁମାର ସାହୁ(ସଭାପତି), ପ୍ରଫୁଲ୍ଲ କୁମାର ଦାସ(ଉପସଭାପତି), ବିଜୟ କୁମାର ବାରିକ(ସମ୍ପାଦକ), ଦିଲ୍ଲୀପ କୁମାର ସେନାପତି(କୋଷାଧ୍ୟକ୍ଷ), ସଞ୍ଜୟ କୁମାର ଜେନା, ପି ଶ୍ରୀନିବାସ ରାଓ, ଯୁଧିଷ୍ଠିର ନାହାକ, ଏମ୍‌ ମୋହନ ପ୍ରଧାନ, ଗୀତାରଣୀ ପଲେଇ, ପୁଷ୍ପାଞ୍ଜଳି ପଲେଇ, ମହାଲକ୍ଷ୍ମୀ ସାହୁ, ସୁରେନ୍ଦ୍ର ନାହାକ, ଲକ୍ଷ୍ମୀକାନ୍ତ ସାହୁ, କ୍ଷୀରୋଦ ବିଶୋଇ, ଅଭିରାମ ସାହୁ, ରଘୁନାଥ ଗୌଡ଼, ପ୍ରଫୁଲ୍ଲ କୁମାର ସାହୁ, ସୁବାସ ବାରିକ, ଆନନ୍ଦ ପାଣିଗ୍ରାହୀ, ପଦ୍ମଲାଭ ପରିଡା, ପ୍ରମୋଦ ଦାସ, ହରିହର ପ୍ରଧାନ, ପ୍ରଦୀପ କୁମାର ରଥ, ନବକିଶୋର ସାହୁ ଓ ମୋହନ ପାତ୍ର ପ୍ରମୁଖ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ । ପରିଶେଷରେ ପି. ଶ୍ରୀନିବାସ ରାଓ ଧନ୍ୟବାଦ ଦେଇ ସଭାସାଙ୍ଗ ହୋଇଥିଲା ।

Leave A Reply

Your email address will not be published.

20 − 15 =