oom

ବେଲଗୁଣ୍ଠା ସବ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟର ବରିଷ୍ଠ କିରାଣୀ, ଶ୍ରୀକାନ୍ତ ଡାକୁଆକୁ ଧରିଲା ଭିଜିଲାନ୍ସ ଟିମ୍

jsmm

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସବ-ଡିଭିଜନ ଅନ୍ତର୍ଗତ ବେଲଗୁଣ୍ଠା ସବ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ବରିଷ୍ଠ କିରାଣୀ ଶ୍ରୀକାନ୍ତ ଡାକୁଆକୁ ଧରିଲା ଭିଜିଲାନ୍ସ ଟିମ୍ । ଗତକାଲି ଅର୍ଥାତ ୧୩ ତାରିଖ ସନ୍ଧ୍ୟା ୫ଘଣ୍ଟା ୩୦ ମିନଟ ସମୟରେ ନିଜର ଏକ କାର୍ ଯୋଗେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ବେଳେ ବୁଗୁଡ଼ା ବ୍ଲକ ମୋଟାବାଡ଼ି ନିକଟରେ ବରିଷ୍ଠ କିରାଣୀ ଶ୍ରୀକାନ୍ତ ଡାକୁଆଙ୍କୁ ଭିଜିଲାନ୍ସ ଟିମ ଧରିବାରେ ସଫଳ ହୋଇଛି । କାରରେ ଧରିଥିଲେ ସର୍ବମୋଟ ଏକ ଲକ୍ଷ ୮୬ ହାଜର ଟଙ୍କା ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ଶ୍ରୀକାନ୍ତ ଡାକୁଆ ବୁଗୁଡ଼ାର ପୂର୍ବତନ ତହସିଲଦାର ସଂଗ୍ରାମ ଜେନାଙ୍କର ମୁଖ୍ୟ ସହଯୋଗୀ ତଥା ତାଙ୍କରି ଡାହାଣ ହାତ ବନ୍ଧୁ ଥିଲେ ବୋଲି କୁହାଯାଏ । ଏଠାରେ ସୂଚନା ଯୋଗ୍ୟ ଯେ’ ବୁଗୁଡ଼ାର ପୂର୍ବତନ ତହସିଲଦାର ସଂଗ୍ରାମ ଜେନାଙ୍କର ଘରେ ପୂର୍ବରୁ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଆୟ ବହିର୍ଭୁତ ସମ୍ପତ୍ତି ଠାବ କରି ଜବତ କରିଥିଲା । ଭିଜିଲାନ୍ସ ଚଢ଼ାଉ କରି ଗିରଫ ପରେ କୋର୍ଟ ଚାଲାଣ କରିଥିଲା ଏବଂ ଜେଲ୍ ପଠାଇଥିବା ରେକର୍ଡ ଅଛି ବୋଲି ଜଣାଯାଏ । ଏନେଇ ବେଲଗୁଣ୍ଠା ସବ ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ନିୟୋଜିତ ବରିଷ୍ଠ କିରାଣୀ ଶ୍ରୀକାନ୍ତ ଡାକୁଆକୁ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଚଢ଼ାଉ ଜାରୀ ରଖିଛନ୍ତି । ଶ୍ରୀକାନ୍ତ ଅମାପ ସମ୍ପତ୍ତିର ମାଲିକ ହୋଇଯାଇଥିବା କଥା ଭିଜିଲାନ୍ସ ଜାଣି ଅଧିକା କ୍ରିୟାଶୀଳ ତଦନ୍ତ କରାଯାଉଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକାରୀମାନେ କହିଛନ୍ତି ।

jittmm
Leave A Reply

Your email address will not be published.