jsm

ବଲାଙ୍ଗିର ଜିଲ୍ଲାରେ ବେରୋଜଗାରୀ ସମସ୍ୟାର ଦୂର କରିବା ଦାବୀରେ ଶ୍ରମିକଙ୍କ ବିକ୍ଷୋଭ ପ୍ରର୍ଦଶନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପରିଷଦ କାର୍ୟ୍ୟାଳୟ ସମ୍ମୁଖରେ ନିଆରା ବିକ୍ଷୋଭ ପ୍ରର୍ଦଶନ । କୋଡ଼ି, କୋଦାଳ, ଡଲା, ଭାର ଧରି ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ସୁଲେଇକେଲା ଗ୍ରାମ ପଞ୍ଚାୟତ ଅଧୀନ ଝରିଆମୁଣ୍ଡା ଗାଁର ଶ୍ରମିକମାନେ ରୋଜଗାର ଦାବୀରେ ଜିଲ୍ଲା ପରିଷଦ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି । ଜିଲ୍ଲାରେ ଦାଦନ ସମସ୍ୟା ବଢିବାର ମୁଖ୍ୟ କାରଣ ହେଉଛି ବେରୋଜଗାରୀ । ଯେତେଦିନ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ବେରୋଜଗାରୀ ସମସ୍ୟା ରହିବ ସେତେ ଦିନ ପର୍ଯ୍ୟନ୍ତ ଦାଦନ ସମସ୍ୟା ବଢି ବଢି ଚାଲିବ, ତେଣୁ ସରକାର ବଲାଙ୍ଗିର ଜିଲ୍ଲାରେ ବେରୋଜଗାରୀ ସମସ୍ୟାକୁ ଦୂର କରିବା ସହ ରୋଜଗାର ଦିଅନ୍ତୁ ବୋଲି ବିକ୍ଷୋଭ ପ୍ରଦର୍ଶନ କରିଥିବା ଶ୍ରମିକମାନେ ଦାବୀ କରିଛନ୍ତି ।

yuvodaya
Leave A Reply

Your email address will not be published.