jsm

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଦୌଡ଼କୁଦ ପ୍ରତିଯୋଗିତା

csstore

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଦୌଡ଼କୁଦ ପ୍ରତିଯୋଗିତା ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଡିଆ ଠାରେ ମହାସମାରୋହରେ ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପ ସିଂହ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ ଦୌଡ଼କୁଦ ପ୍ରତିଯୋଗିତା ଆନୁଷ୍ଠାନିକ ଭାବରେ ଉଦ୍‌ଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ କଳାହାଣ୍ଡି ଜିଲ୍ଲାର ତେରଟି ବ୍ଲକର ପ୍ରାୟ ୨୫୩ ଜଣ ପ୍ରତିଯୋଗୀ ଓ ପରିଚାଳନାବର୍ଗ ଉପସ୍ଥିତ ଥିବା ସୂଚନା ମିଳିଛି । କାର୍ଯ୍ୟକ୍ରମ ଆରମ୍ଭରେ ମଶାଲକୁ ଭବ୍ୟ ସ୍ଵାଗତ ସହ ସ୍ଥାପନ କଲା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଆୟୋଜିତ ସମାରୋହରେ ବିଇଓ ପ୍ରେମନାରାୟଣ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଖଲିଆଭଟା ସରପଞ୍ଚ ଶ୍ରୀମତୀ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ସାମ୍ବାଦିକ ଶେଷଦେବ ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରୂପ ସିଂହ ମାଝୀ, ପୂର୍ବ କ୍ରୀଡା ଅଧିକାରୀ ମହେନ୍ଦ୍ର କୁମାର ପଣ୍ଡା, ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ଧର୍ମେନ୍ଦ୍ର ମାଝୀ, ସମିତି ସଭ୍ୟ ପ୍ରଭା ପୁଝାରୀ, ନାଟ୍ୟକାର ତୀର୍ଥରାଜ ଦଳପତି, ଏବିଇଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସାମ୍ବାଦିକ ଅଶ୍ରଫ୍ ଅଲ୍ଲୀ, ପ୍ରଧାନ ଶିକ୍ଷକ ଉମାଶଙ୍କର ପଣ୍ଡା, ସତ୍ୟାନନ୍ଦ ପୁଝାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ଓ ସରୋଜ କୁମାର ଠାକୁର ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.