jsm

ତୁରେକେଲା ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

csstore

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ କଣ୍ଟାବାଞ୍ଜି ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବରେ ତୁରେକେଲା ବ୍ଲକ ଅନ୍ତର୍ଗତ ଏଗାର ଗୋଟି କ୍ଲଷ୍ଟରର ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ବିଆର୍‌ସିସି ଫକୀର ଚରଣ ବିଶିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ବରିୟାମ ସିଂ ସାଲୁଜା, ନଗରପାଳ, ମୁଖ୍ୟ ଅତିଥି, ବିଭୁଦତ୍ତ ସାହୁ, ଅଶୋକ ତରିଆ, ରୋହିତ ଅଗ୍ରୱାଲ, ମନୀଷ ଅଗ୍ରୱାଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ତୁରେକେଲା କ୍ଲଷ୍ଟର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା ଓ କଣ୍ଟାବାଞ୍ଜି କ୍ଲଷ୍ଟର ସଂଯୋଜକ ଦୀନେଶ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍‌ଯାପନୀ ସଭାରେ ଶାନ୍ତନୁ କୁମାର ପଢିହାରୀ, ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସଭାପତିତ୍ୱରେ କଣ୍ଟାବାଞ୍ଜି ତହସିଲଦାର ଅଞ୍ଜଳି ମାଝୀ, ମୁଖ୍ୟ ଅତିଥି, ଶିଶୁ ସାହିତ୍ୟିକ ଡ. ଯୁଗଳ କିଶୋର ଷଡ଼ଙ୍ଗୀ, ମୁଖ୍ୟ ବକ୍ତା, ସାହିତ୍ୟିକ ଜ୍ୟୋତି ପ୍ରକାଶ ଗଡ଼ତ୍ୟା, ଫକୀର ଚରଣ ବିଶି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ଅଞ୍ଜଳି ମାଝୀ ମଞ୍ଚ ପରିଚାଳନା ଓ ମାନ୍ଦଲା କ୍ଲଷ୍ଟର ସଂଯୋଜକ ଧନସିଂ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ କ୍ଲଷ୍ଟର ସଂଯୋଜକ ପ୍ରେମରାଜ ପାଣିଗ୍ରାହୀ, ଗୁରୁ ପ୍ରସାଦ ଛତ୍ରିଆ, ଅମରେନ୍ଦ୍ର ବାଗ, ଅନୁପ କୁମାର ଦାସ, ଗଜୟ କୁମାର ଦାଶ, ମୋହନ ମାଝୀ, କୃତ୍ତିବାସ ବରିହାଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ସାହାଯ୍ୟ କରିଥିଲେ ।

yuvodaya
Leave A Reply

Your email address will not be published.