
ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାରର ଉପଦେଷ୍ଟା ବାଉରୀବନ୍ଧୁ ସାହୁ ଓ ଆର୍ଏସ୍ପି ଅବସରପ୍ରାପ୍ତ କର୍ମଚାରୀ ସଂଘର ବରିଷ୍ଠ କର୍ମକର୍ତ୍ତା ଚୈତନ୍ୟ ନାୟକଙ୍କ ବିୟୋଗରେ କୋଏଲ ନଗର ଆର୍ଏସ୍ପି ଅବସର ଭବନ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଇଂ. ଅଭୟ କୁମାର ଦାସଙ୍କ ସଭାପତିତ୍ୱ ଓ ସମ୍ପାଦକ ପ୍ରେମାନନ୍ଦ ସାମଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଭୟ ଦିବଙ୍ଗତ ଆତ୍ମାର ସଦଗତି କାମନା କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପାଠାଗାରର ସଭାପତି ରାଧାକାନ୍ତ ମିଶ୍ର, ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଜ୍ୟୋତି ରଞ୍ଜନ ମହାପାତ୍ର, ଡାକ୍ତର ବସନ୍ତ ଦାସ, ଟୁକୁଲା ପାଢ଼ୀ, କୁଞ୍ଜବିହାରୀ ରାଉତ, ଏଟମ ରଥ ଓ ସଂଘ ପକ୍ଷରୁ ସୁରେନ୍ଦ୍ର କୁମାର ରାଉତ, ଅନିରୁଦ୍ଧ ଦାଶ, ଧନଞ୍ଜୟ ଦାସ, କପିଳେଶ୍ୱର ମହାରଣା, ସତ୍ୟନାରାୟଣ ଦାଶ, ପ୍ରେମାନନ୍ଦ ସାମଲ ପ୍ରମୁଖ ଦିବଙ୍ଗତ ଉଭୟଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଭାପତିତ୍ୱ କରୁଥିବା ଇଂ. ଦାସ ଓ ସମସ୍ତ ବକ୍ତା ସ୍ୱର୍ଗତ ନାୟକ ଓ ସ୍ୱର୍ଗତ ସାହୁଙ୍କ ସମ୍ପର୍କରେ ମତ ରଖି କହିଲେ ଯେ, ଉଭୟ ଥିଲେ ସହରର ଉତ୍ତୁଙ୍ଗ ବ୍ୟକ୍ତିତ୍ଵ । ସେମାନଙ୍କ ଆଦର୍ଶ ଓ ନୀତି ଆମମାନଙ୍କ ପାଇଁ ପ୍ରେରଣାର ଉତ୍ସ । ଭାଷା, ସଂସ୍କୃତି ବଞ୍ଚାଇ ରଖିବା ପାଇଁ ଶ୍ରୀ ସାହୁ ଥିଲେ ଉତ୍ସର୍ଗୀକୃତ । ଉଭୟ ଦିବଙ୍ଗତଙ୍କ ସ୍ଵପ୍ନକୁ ପୂରଣ କରିପାରିଲେ ତାହା ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଏହି ଅବସରରେ ଉଭୟଙ୍କୁ ସମର୍ପଣ କରି କବି କୁଞ୍ଜବିହାରୀ ରାଉତ କବିତା ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗଗନ ବିହାରୀ ଧଳ, ରାଧାନାଥ ରାଉତ, କୃଷ୍ଣଚନ୍ଦ୍ର ମହାନ୍ତି, ପ୍ରସନ୍ନ ଶତପଥୀ, ବି ରାଉତ, ସଚ୍ଚିଦାନନ୍ଦ ମିଶ୍ର, ଅକ୍ଷୟ ସାମଲ, ନକୁଳ ଲୋହାର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଭାପତି ଇଂ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।