csstore

ବରିଷ୍ଠ କଂଗ୍ରେସ ନେତା ନିଥନିଏଲ୍‌ ଛତ୍ରିଆଙ୍କ ବିୟୋଗରେ ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କାଉସିଲର ନିଥନିଏଲ୍‌ ଛତ୍ରିଆଙ୍କ ବିୟୋଗରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ବିୟୋଗ କଂଗ୍ରେସ ଦଳ ତଥା ଜନ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ହେବା ସହ ମୋର ବ୍ୟକ୍ତିଗତ କ୍ଷତି ହୋଇଛି ବୋଲି ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ବିଧାୟକ ସନ୍ତୋଷ ସିଂହ ସାଲୁଜା, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ପୂର୍ବତନ ବିଧାୟକ ରାଧାକାନ୍ତ ପଣ୍ଡା, ପିସିସି ସାଧାରଣ ସମ୍ପାଦକ ବିଧୁ ଭୂଷଣ ତ୍ରିପାଠୀ, ପୂର୍ବତନ ଜିଲ୍ଲା କଂଗ୍ରସ ସଭାପତି ସତ୍ୟ ନାରାୟଣ ଭୋଇ, ପୂର୍ବତନ ନଗର କଂଗ୍ରେସ ସଭାପତି ଅଶୋକ ତ୍ରିପାଠୀ, ବରିଷ୍ଠ କଂଗ୍ରେସ ନେତା ଭଞ୍ଜ କିଶୋର ନାଗ, ବିପ୍ର ନାଗ, ପ୍ରମୋଦ ବାରିକ, ଗ୍ଲେଡଷ୍ଟନ ତାଣ୍ଡି, ନିଶର୍କନ୍ତ ନାଗ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.