pakka

ଝାରବନ୍ଧ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ମଣ୍ଡଳର ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଜନସମ୍ପର୍କ ଅଭିଯାନ ଓ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ବିଷୟରେ ଆଲୋଚନା ହୋଇଥିଲା । ଏହି ବୈଠକରେ ମଣ୍ତଳ ସଭାପତି ତଥା ସରପଞ୍ଚ ଚିନ୍ତାମଣି ରାଉତ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଅନ୍ୟତମ ଅତିଥି ଭାବେ ସମିତି ସଭ୍ୟ ସତ୍ୟମ ପ୍ରଧାନ, ସାଂସଦ ପ୍ରତିନିଧି ହରିହର ସାହୁ, ଡା.ମୋହନ ପ୍ରସାଦ ନାୟକ, ଦୁର୍ଗା ପ୍ରସାଦ ଅଗ୍ରୱାଲ, ଡା.ଲମ୍ବୋଦର ପଣ୍ଡା, ମାନଭଞ୍ଜନ ମିର୍ଦ୍ଧା, ସତ୍ୟ ଭୂଷଣ ସାହୁ, କମଳ ରାଉତ, ମନୋରଞ୍ଜନ ବିଶ୍ଵାଲ, ଗରିବ ଭୋଇ, ଗଜେନ୍ଦ୍ର ପାତ୍ର, ସାମନ୍ତ ଶେଖର ମୁନା, ସୁବାସ ପ୍ରଧାନ, ବିକାଶ ଅଗ୍ରୱାଲ, ଦିଲ୍ଲୀପ କୁମାର ଭୋଇ, ଜୟକୁମାର ପଣ୍ଡାଙ୍କ ସମେତ ସାତଟି ପଞ୍ଚାୟତର ପ୍ରମୁଖ, ସହ ପ୍ରମୁଖ, ପ୍ରଭାରୀ ଓ ପ୍ରାୟ ଦୁଇ ସହରୁ ଅଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ବୈଠକରେ ଆଗାମୀ ୨୦୨୪ ନିର୍ବାଚନରେ କିଭଳି ଭଲ ଭାବରେ ପ୍ରଦର୍ଶନ କରିବ ଓ ବୁଥ ସ୍ତରୀୟ ସଂଗଠନକୁ ମଜବୁତ କରାଯିବା ସହିତ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେହି ବିଷୟରେ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.

fourteen + eleven =