pakka

ବିଜୁ ଜନତା ଦଳରେ ଯୋଗଦେଲେ ପୁଇଁନ୍ତଲା ବ୍ଲକ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଷମା ବେହେରା

bbehera

ବରଗଡ଼, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକଳାପ ଓ ବିଜୁ ଜନତା ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ପୁଇଁନ୍ତଲା ବ୍ଲକ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁଷମା ବେହେରା ଲୋଇସିଂହା ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଭଟଲି ବିଧାୟକ ତଥା ବଲାଙ୍ଗିର ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ସୁଶାନ୍ତ ସିଂ ଓ କଣ୍ଟାମାଲ ବିଧାୟକ ତଥା ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହିଧର ରଣାଙ୍କ ଉପସ୍ଥିତିରେ ହଳଦୀପାଲି ସ୍ଥିତ ସୁଶାନ୍ତ ସିଂଙ୍କ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ ପୁଇଁତଲା ବ୍ଲକ ଚେୟାରମେନ ସରୋଜ ପଧାନ, ବଲାଙ୍ଗିର ଜିଲ୍ଲା ଉପସଭାପତି ସୁରେଶ ନାଏକ, ପୁଇଁନ୍ତଲା ବ୍ଲକ ସଭାପତି ବିଷ୍ଣୁ ପଟେଲ, ଯୁବ ସଭାପତି ସୁଧୀର ଅମାତ ପ୍ରମୁଖ ଉପସ୍ଥିତ ଥିଲେ । ଦୀର୍ଘ ଦିନରୁ ବିଜେପି ଦଳରେ କାର୍ଯ୍ୟ କରୁଥିବା ସୁଷମା ବେହେରା ଶେଷ ଦୁଇ ବର୍ଷ ହେଲା ପୁଇଁତଲା ବ୍ଲକର ମହିଳା ସଭାପତି ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ । ତାଙ୍କ ଯୋଗଦାନ ଫଳରେ ବିଜୁ ମହିଳା ଜନତା ଦଳର ସଂଗଠନ ଆହୁରି ବଢିବ ଓ ମଜବୁତ ହେବ ବୋଲି ନିହାର ରଞ୍ଜନ ବେହେରା ପ୍ରକାଶ କରିଛନ୍ତି । ବ୍ଲକ ଚେୟାରମେନ ସରୋଜ ପଧାନ, ବ୍ଲକ ସଭାପତି ବିଷ୍ଣୁ ପଟେଲ, ବିଜେଡି ଜିଲ୍ଲା ଉପସଭାପତି ସୁରେଶ ନାଏକ, ଯୁବ ସଭାପତି ସୁଧୀର ଅମାତ ପ୍ରମୁଖ ତାଙ୍କ ଯୋଗଦାନକୁ ସ୍ୱାଗତ କରିବା ସହିତ ତାଙ୍କ ନିଷ୍ପତ୍ତିକୁ ଉଚିତ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ।

Leave A Reply

Your email address will not be published.

9 − three =