ସମଲେଶ୍ଵରୀ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ

ସମ୍ବଲପୁର, (ଦାମୋଦର ପଣ୍ଡା) : ଆଜି ଠାରୁ ସମଲେଶ୍ଵରୀ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେବା ସହ ଭକ୍ତଙ୍କ ମାନସିକ ଦୀପ ପ୍ରଜଳନ ମଧ୍ୟ ଆରମ୍ଭ ହୋଇଛି । ଭୋର ଚାରିଟା ବେଳୁ ମନ୍ଦିର ଖୋଲି ସମସ୍ତ ଯଥା ବିଧି ପୂଜାର୍ଚ୍ଚନା ୫.୩୦ ରେ ଶେଷ ହୋଇଥିଲା । କଟକଣା ଯୋଗୁ କେହି ଭକ୍ତ ଉପସ୍ଥିତ ନ ଥିବା ବେଳେ ନାମ ଓ ଗୋତ୍ର ପାଠ କରି ପୂଜକ ମାନେ ମାନସିକ ଦ୍ଵୀପ ପ୍ରଜ୍ବଳନ କରୁଛନ୍ତି ।୨୫ ତାରିଖ ବିଜୟା ଦଶମୀ ଦିନ ଦୀପ ବିସର୍ଜନ କରାଯିବ। ଫେସବୁକ୍ ପେଜରେ ନିୟମିତ ଦର୍ଶନ କରାଯାଇ ପାରିବ ବୋଲି ସମଲେଶ୍ଵରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି ।

ସୂଚନା ଯୋଗ୍ୟ ଯେ, ସମ୍ବଲପୁର ଚୌହାନ ରାଜା ବଳରାମ ଦେବଙ୍କ ସମୟରୁ । ମା’ ସମଲେଶ୍ଵରୀଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ସେତେବେଳେ ରାଜାମାନେ ବିଭିନ୍ନ ଗୋତ୍ରର ବ୍ରାହ୍ମଣ ମାନଙ୍କୁ ଆଣି ଭୋଗ ଅର୍ପଣ ବିଧି ଥିଲା । ସେହିଭଳି ବିଧି ଏବେ ବି ପୂଜା ସହ ୧୬ ଦିନ ପର୍ୟ୍ୟନ୍ତ ଉପବାସ କରି ଦେବୀ ଓ ବ୍ରାହ୍ମଣମାନଙ୍କୁ ଅର୍ପଣ ପରେ ରାତିରେ ନିଜେ ଗ୍ରହଣ କରିଥାନ୍ତି ବୋଲି ମନ୍ଦିରର ମୁଖ୍ୟ ପୂଜକ କହିଛନ୍ତି ।

Leave A Reply

Your email address will not be published.