ଖରାମାଲରେ ବିଶ୍ୱ ଖାଦ୍ୟ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱ ଖାଦ୍ୟ ଦିବସ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଜାମସେଠ ଗ୍ରାମ ପଞ୍ଚାୟତ ଖରାମାଲ ଗ୍ରାମରେ ପାଳନ କରାଯାଇଥିଲା । ଉଦ୍ଦେଶ୍ୟ ହେଉଛି, ଦୁନିଆରେ କେହି ବି ଜଣେ ଭୋକରେ ନ ରହୁ । ଖାଦ୍ୟ ବି ଏମିତି ହେଉ ଯେଉଁ ଥିରେ କି ପୁଷ୍ଟିକର ଉପାଦାନ ଭରି ରହିଥାଉ ଏବଂ ଔଷଧୀୟ ଗୁଣ ବି ଥାଉ । ଗତକାଲି ଶୁକ୍ରବାର ଦିନ ଖରାମାଲ ଗ୍ରାମବାସୀ ତାହା କରି ଦେଖାଇଛନ୍ତି । ବିନା ଚାଷରେ ମିଳୁ ଥିବା ଜଙ୍ଗଲର ୨୦ ପ୍ରକାର କନ୍ଧା, ୪୦ ପ୍ରକାରର ଶାଗକୁ ରନ୍ଧନ ପ୍ରଣାଳୀ ସହିତ ପ୍ରଦର୍ଶନ କରିଛନ୍ତି ।

ମଣ୍ତିଆ କେକ, ମାଣ୍ତିଆ ବିସ୍‌କୁଠ୍‌, ଗୁଂଜି ଖିରୀ ବହୁତ ଆଦୃତ ଥିଲ। । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଦୀନବନ୍ଧୁ ଗାନ୍ଧି ଚାଷୀମାନଙ୍କୁ ଉଦବୋଧନ ଦେଲା ପରେ ୧୨ ଜଣ ଖାଦ୍ୟ ହୀରୋଙ୍କୁ ସମ୍ମାନିତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ପଞ୍ଚାୟତ କଲେଜ ବରଗଡ଼ ଅଧ୍ୟପିକା ଜୟଶ୍ରୀ ସାହୁ । ଚାଷୀମାନଙ୍କୁ ସମ୍ବୋଧିତ କରିବା ପରେ ଅହି କାର୍ୟ୍ୟକ୍ରମକୁ ଆକର୍ଷଣୀୟ କରିଥିବା ଗାଁର ୨୧ ଜଣ ଝିଅଙ୍କୁ ନେଇ ଗଢି ଉଠିଥିବା ମହକ ଦଳକୁ ସମ୍ମାନୀତ କରିଥିଲେ ।

ଖାଦ୍ୟ ହୀରୋ ସମ୍ମାନରେ ସମ୍ମାନିତ ହୋଇଥିବା ସବୁ ଚାଷୀ ଦେଶୀ ବିହନରେ ଓ ଜୈବିକ ପଦ୍ଧତିରେ ଚାଷ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଥ ପ୍ରଦର୍ଶନ କରୁଛନ୍ତି ସେମାନେ ହେଲେ ପାଇକମାଲ ବ୍ଲକର ଡମ୍ବରୁଧର ମାଝୀ, ଚିତ୍ତ ରଞ୍ଜନ ପ୍ରଧାନ, ନୀଳମଣି ପୁରୋହିତ, ବିଦ୍ୟାଧର ଫିଜରା, ଗଣେଶ ସାହୁ ଓ ଗାଇସିଲେଟ ବ୍ଲକର ସଦାନନ୍ଦ ସାହୁ, ଶାନ୍ତନୁ ସିଂ, ନବୀନ ସାହୁ, ଫଗୁନୁ ବାଗ, ବିରାଟ ସାହୁ, ବେଟିଖାଇ ବରିହା, ସୁରୁଚି ବାରିକ ।

ଏମାନଙ୍କୁ ଜାତୀୟ ସ୍ତରରେ ମଧ୍ୟ ରାଇଜ ଏଗେଂଷ୍ଟ ହଙ୍ଗର ଇଣ୍ତିଆ ସମ୍ମାନିତ କରିଛନ୍ତି । ଏହି କାର୍ୟ୍ୟକ୍ରମକୁ ଅହିଂସା କ୍କବର ସଂପାଦକ ଶିବ ପ୍ରସାଦ ସାହୁ ପରିଚାଳନା କରିଥିବା ବେଳେ ନଳ ମାଝୀ, ବେଣୁଧର ବେହେରା, ଈଶ୍ବର ମାଝୀଙ୍କ ସମେତ ଗ୍ରାମର ପ୍ରମୁଖ ବ୍ୟକ୍ତିମାନେ ସଫଳ କରାଇ ଥିଲେ ।

Leave A Reply

Your email address will not be published.