ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମରେ ବ୍ଲକର ଅଧିକାଂଶ ଅଫିସ ରହିଛି । ଫାୟାର ଅଫିସ ଓ କୃଷି କାର୍ଯ୍ୟାଳୟ ଗୋଟିଏ ସ୍ଥାନରେ ରହିଛି ତଥା ଏହି ଅଂଚଳରେ ଅଧିକାଂଶ ଜର୍ଜଗଡ଼ର ଲୋକେ ବସବାସ କରନ୍ତି । ମୁଖ୍ୟରାସ୍ତାରୁ ଫାୟାର ଅଫିସ ଯିବା ରାସ୍ତାଟି ଅତ୍ୟନ୍ତ ଶୋଚନୀୟ । ବର୍ଷା ଦିନ ଏହି ରାସ୍ତାରେ ଯାହା ବି ପାଣି ଜମି ରହୁଛି ଲୋକେ ଏଇଟା ଛୋଟ ପୋଖରୀ ନା ଗାଡ଼ିଆ ବୋଲି ଭାବନ୍ତି । ଏହାର ବିକଳ୍ପ ପନ୍ଥା ଅବଲମ୍ବନ କରି ପ୍ରଶାସନ ଅନ୍ୟ ପଟେ ଆଉ ଗୋଟିଏ ରାସ୍ତା ନିର୍ମାଣ କରିଥିଲେ । ତେବେ ତାହା ମଧ୍ୟ ଅଧାପନ୍ତରିଆ ହୋଇ ପଡିରହିଛି । ଗ୍ରାମବାସୀ ପୁରୁଣା ରାସ୍ତାକୁ ଶୀଘ୍ର ମରାମତି କରିବାକୁ ପ୍ରଶାସନ ପାଖରେ ଦବେି କରିଛନ୍ତି । ଦେଖାଯାଉ ଏହି ପୋଖରୀ ପରି ଦେଖାଯାଉଥିବା ରାସ୍ତା କେବେ ମରାମତି ହେଉଛି ।
