jsm

ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ରଥ ଶୋଭାଯାତ୍ରା

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଶ୍ରୀରାମ ନବମୀ ତଥା ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଙ୍କ ଜୟନ୍ତୀ ଅବସରରେ ଗୁରୁବାର ଦିନ ସକାଳ ୯ ଘଟିକା ସମୟରେ ପିପିଲି ଡେଲାଙ୍ଗ ଶ୍ରୀରାମ ନବମୀ କମିଟି ଆବାହକ ରାଧାମୋହନଙ୍କ ନେତୃତ୍ୱରେ ଶ୍ରୀରାମ ନବମୀ ଉପଲକ୍ଷେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ପ୍ରତିମୂର୍ତ୍ତି ସହ ସୁସଜ୍ଜିତ ଏକ ଭବ୍ୟ ଶ୍ରୀରାମ ରଥ ସହିତ ଟ୍ରଲର ଉପରେ ଦୁଇଶହ ହନୁମାନ ବେଶଧାରୀଙ୍କ ନୃତ୍ୟ ସାଙ୍ଗକୁ ନଦିଆ ସଂକୀର୍ତ୍ତନ ମଣ୍ଡଳୀ, ଗେରୁଆ ପତାକା ଧାରୀ ଦୁଇ ହଜାର ବାଇକ, ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ସମର୍ଥକ ‘ଜୟ ଶ୍ରୀରାମ’ ଧ୍ୱନିର ତାଳେ ତାଳେ ଶୋଭାଯାତ୍ରା ପିପିଲି ତରାକାଜ (ଓଭରବ୍ରିଜ ତଳୁ) ବାହାରି ପିପିଲି ଚାନ୍ଦୁଆ ବଜାର, ହାଟଛକ, ଡେଲାଙ୍ଗ ଛକ, ବାଜପୋଇ, ଅରିଶୋଲ, ହାଟ ଡେଲାଙ୍ଗ, ଷ୍ଟେସନ ଡେଲାଙ୍ଗ, ମୁନିଦା, ରାଡୁଅ ଛକ ଦେଇ କଲ୍ୟାଣପୁର ମେଳଣ ପଡିଆରେ ରଥଯାତ୍ରା ସମାପନ ସହ ଦୟାନଦୀରେ ପ୍ରତିମୂର୍ତ୍ତି ବିସର୍ଜନ କରାଯାଇଥିଲା । ପ୍ରତ୍ୟେକ ଛକରେ ସଂକୀର୍ତ୍ତନ ମଣ୍ଡଳୀ ସହିତ ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ରଥକୁ ସ୍ୱାଗତ କରିଥିଲେ । ଏହି ମହାନ କାର୍ଯ୍ୟକ୍ରମରେ ପାଞ୍ଚ ହଜାରରୁ ଅଧିକ ଭକ୍ତ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଡେଲାଙ୍ଗ-ପିପିଲିର ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଆବାହକ ରାଧାମୋହନ, ଜନ୍ମେଜୟ ଜେନା, ସଭାପତି, ଶ୍ରୀରାମ ନବମୀ କମିଟି ପିପିଲି ଡେଲାଙ୍ଗଙ୍କ ନେତୃତ୍ୱ ଏହି ବିଶାଳ ସମାବେଶ ଆୟୋଜନ କରାଯାଇଥିଲା । ଶେଷରେ ରାଧାମୋହନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସେହିପରି ଶ୍ରୀରାମ ନବମୀ ଉପଲକ୍ଷେ ଡେଲାଙ୍ଗ ରାମଚନ୍ଦ୍ରପୁର ଶ୍ରୀରାମ ମନ୍ଦିରରେ ନୀତିକାନ୍ତି ପୂଜାର୍ଚ୍ଚନା ସହ ଶତାଧିକ ଭକ୍ତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଶ୍ରୀ ରାମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି ।

yuvodaya
Leave A Reply

Your email address will not be published.