ହରିଶଙ୍କର ଦର୍ଶନ ବସର ଶୁଭାରମ୍ଭ

  • ସ୍ଵତନ୍ତ୍ର ପ୍ୟାକେଜରେ ଯାତ୍ରୀମାନେ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିପାରିବେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରର ଅନୁଷ୍ଠିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ହରିଶଙ୍କର ଦର୍ଶନ ବସର ଶୁଭାରମ୍ଭ କରିଛନ୍ତି । ୨୬ ଆସନ ବିଶିଷ୍ଠ ଏହି ବାତାନୁକୁଳିତ ବସ ସପ୍ତାହରେ ତିନି ଦିନ ଶୁକ୍ରବାର, ଶନିବାର ଓ ରବିବାର ଦିନ ବଲାଙ୍ଗିରରୁ ହରିଶଙ୍କର ଯାଇ ଦର୍ଶନ ପରେ ବଲାଙ୍ଗିର ଫେରିବ । ବଲାଙ୍ଗିରରୁ ଏହି ହରିଶଙ୍କର ଦର୍ଶନ ବସ ଉକ୍ତ ଦିନ ସକାଳ ଘ ୭.୩୦ମି ସମୟରେ ବାହାରି ବଲାଙ୍ଗିର ସହର ସ୍ଥିତ ସମଲେଶ୍ଵରୀ ମନ୍ଦିର ଦର୍ଶନ ପରେ ପାଟଣାଗଡର ସମଲେଶ୍ଵରୀ ଓ ପାଟଣେଶ୍ଵରୀ ମନ୍ଦିର ଦର୍ଶନ କରାଇ ହରିଶଙ୍କର ଯାତ୍ରା କରିବ । ପର୍ଯ୍ୟଟକମାନେ ହରିଶଙ୍କର ସ୍ଥିତ ହରିଣ ପାର୍କ ଓ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀ ଦର୍ଶନ ସାରି ବଲାଙ୍ଗିର ଫେରିବେ । ଏହି ହରିଶଙ୍କର ଦର୍ଶନ ବସକୁ ମିଶନ ଶକ୍ତି ଅନ୍ତର୍ଗତ ଆକାଂକ୍ଷା ଶକ୍ତି ସଞ୍ଚୟିକା ମହାସଂଘ ପାଟଣାଗଡ ପରିଚାଳନା କରୁଛନ୍ତି । ଏହି ବସରେ ଯାତ୍ରା କରିବା ନିମନ୍ତେ ପର୍ଯ୍ୟଟକମାନେ ଅଗ୍ରୀମ ଅନ୍‌ଲାଇନ ଟିକେଟ ବୁକିଙ୍ଗ www.harishankartemple.com ମାଧ୍ୟମରେ କରିପାରିବେ । ଟିକେଟ୍‌ ବୁକିଙ୍ଗ୍‌ ନିମନ୍ତେ ମୋବାଇଲ ନମ୍ବର ୯୩୪୮୫୧୯୦୫୮ ସହ ଯୋଗାଯୋଗ କରି ଅଗ୍ରୀମ ଟିକେଟ୍‌ ବୁକିଙ୍ଗ କରିପାରିବେ । ହରିଶଙ୍କର ଦର୍ଶନ ବସରେ ହରିଶଙ୍କର ଯାଇ ଫେରିବା ନିମନ୍ତେ ପ୍ରତ୍ୟେକ ଯାତ୍ରୀ ପାଇଁ ଟିକେଟ ମୂଲ୍ୟ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ହରିଶଙ୍କର ଦର୍ଶନ ବସର ଆଜିର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଗ୍ରାମ ମଙ୍ଗଳ ପାଠାଗାର ସାଲେପାଲି ସ୍ଥିତ ବୃଦ୍ଧାଶ୍ରମର ଅନ୍ତେବାସୀମାନେ ବଲାଙ୍ଗିର ସମଲେଶ୍ଵରୀ ମନ୍ଦିର ଦର୍ଶନ କରି ହରିଶଙ୍କର ଯାତ୍ରା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ ଉପଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ମିଶନ ଶକ୍ତି ଜିଲ୍ଲା ପ୍ରୋଗ୍ରାମ ସଂଯୋଜିକା ସୁମନ ଦ୍ଵିବେଦୀଙ୍କ ସମେତ ଆକାଂକ୍ଷା ଶକ୍ତି ସଞ୍ଚୟିକା ମହାସଂଘ ପାଟଣାଗଡର ସଦସ୍ୟା ଓ ମିଶନ ଶକ୍ତିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

3 × four =

error: Content is protected !!