csstore

ଛତ୍ରପୁରରେ ହର ଘର ତ୍ରିରଙ୍ଗା ସଚେତନତା ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରାଯାଇ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବିଜେପି ପକ୍ଷରୁ ଗତକାଲି ଶୋଭାଯାତ୍ରା ମାଧ୍ୟମରେ ଏକ ଜନ ସଚେତନତା କରାଯାଇଛି । ଗତକାଲି ଛତ୍ରପୁର ସ୍ଥିତ ପୁତିଗୋପାଳପୁର ଠାରୁ ଦଳୀୟ ନେତା ଓ କର୍ମୀମାନେ ହାତରେ ତ୍ରିରଙ୍ଗା ପତାକା ଧରି ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଏହାସହ ବିଭିନ୍ନ ବର୍ଗର ଲୋକମାନଙ୍କୁ ଜାତୀୟ ପତାକାର ମର୍ଯ୍ୟାଦା ରଖିବା ପାଇଁ ସଚେତନତା କରାଇଥିଲେ । ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତି ବାସଗୃହ ସମ୍ମୁଖରେ ଜାତୀୟ ପତାକା ଉଡାଇବା ସହ ଆଜାଦୀ କା ଅମୃତ ମହୋତ୍ସବ ପାଳନରେ ସାମିଲ ହେବାକୁ ବିଜେପି ନେତା ଓ କର୍ମୀମାନେ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ବିଜେପି ଜିଲ୍ଲା ଲିଗାଲ ସେଲ୍‌ର ଅଧ୍ୟକ୍ଷ ଆଡ଼୍‌ଭୋକେଟ ପ୍ରଦୀପ କୁମାର ପାଢୀ, ଛତ୍ରପୁର ନଗର ସଭାପତି ସଞ୍ଜିତ୍ କୁମାର ରାଉଳ, କାଉନସିଲର ଅମରେଶ ମହାରଣା, ଡି.ସୁରେଶ ରେଡ୍ଡୀ, ଆଇନଜୀବୀ ଚୈତନ୍ୟ ପ୍ରଧାନ ଓ ମନୋଜ କୁମାର ବେହେରା, କେ.ଚନ୍ଦ୍ରଶେଖର ରେଡ୍ଡୀଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.