csstore

ସଂସ୍କୃତ ମହାବିଦ୍ୟାଳୟରେ ଚାରା ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆନ୍ତର୍ଜାତୀୟ ଯୁବ ଦିବସ ଓ ବନ ମହୋତ୍ସବ ପାଳନ ଅବସରରେ ବରିକେଲ ସ୍ଥିତ ଲାଳାଜୀ ଗୋପାଳଜୀ ସଂସ୍କୃତ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଅଧ୍ୟକ୍ଷ ହରେକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ପ୍ରକୃତି ବଂଧୁ ମୀନକେତନ ସାହୁ, ମୁଖ୍ୟ ବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ମେଜର ଚିତ୍ତରଞ୍ଜନ ଦାଶ, ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଭାଗିରଥି ପଣ୍ଡା ଉପସ୍ଥିତ ରହି ଚାରା ରୋପଣର ଉପାଦେୟତା, ସୁସ୍ଥ ପରିବେଶ ପାଇଁ ବୃକ୍ଷର ଆବଶ୍ୟକତା ଉଦ୍ୱୋଧନ ଦେଇଥିଲେ । ଅଧ୍ୟାପକ ସୀତାରାମ ସାହୁ, ରମେଶ ଚନ୍ଦ୍ର ପୂଜାହାରୀ, ଡା. ବନମାଳୀ ଚୌହାନ, ଅଜୟ କୁମାର ସାହୁ, ଅଧ୍ୟାପିକା ମନ୍ଦାକିନୀ ପାଢୀ, ସଂହିତା ବେହେରା, ବିଭୁତି ଗିରୀ ବୃକ୍ଷ ବଂଚିଲେ ଜୀବ ବଂଚିବ ତଥ୍ୟକୁ ଆଲୋକପାତ କରି ଛାତ୍ରଛାତ୍ରୀ ଜୀବନରେ ଅନ୍ୟୁନ ଗୋଟିଏ ବୃକ୍ଷ ସୃଷ୍ଟି କରିବା ଏକାନ୍ତ ଆବଶ୍ୟକ ବୋଲି ଅଭିହିତ କରିଥିଲେ । ପରିଶେଷରେ ମହାବିଦ୍ୟାଳୟ ପରିସରରେ ବଉଳ, ଅଁଳା ଚାରା ରୋପଣ କରାଯାଇଥିଲା । ମହାବିଦ୍ୟାଳୟ କର୍ମଚାରୀ ଅଭୟ କୁମାର ମହାନ୍ତି, ଫକୀର ମୋହନ ସାହା, ସୁକାନ୍ତି ସାହୁ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଅଁଳା ଚାରା ପ୍ରଦାନ କରି ସବୁଜ ବଳୟ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀମାନେ ବନୀକରଣ, ଗୋଟିଏ ବୃକ୍ଷ ଗୋଟିଏ ଜୀବନ, ସବୁଜ ଧାରଣା ସବୁଜ କ୍ଷେତ, ହସୁ ପରିବେଶ ଆମରି ମତ ଆଦି ସ୍ଳୋଗାନ ଦେଇ ଜନ ଜାଗରଣ ସୃଷ୍ଟି କରିଥିଲେ ।

jayashree
Leave A Reply

Your email address will not be published.