jsm

ବିକାଶ ଶିକ୍ଷାନୁଷ୍ଠାନ ସମୁହ ପକ୍ଷରୁ ୧ କିମି ଲମ୍ବର ଜାତୀୟ ପତାକା ଶୋଭାଯାତ୍ରା

csstore

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ୱାଧୀନତାର ୭୫ତମ ବର୍ଷ ପାଳନ ଅବସରରେ ଦେଶରେ ଚାଲିଥିବା ଆଜାଦି କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ବିକାଶ ଗୃପ ପକ୍ଷରୁ ୧କିମି ଲମ୍ବ ଜାତୀୟ ପତାକା ସହ ତ୍ରିରଙ୍ଗା ଶୋଭାଯାତ୍ରା ଆସନ୍ତାକାଲି ଅନୁଷ୍ଠିତ ହେବ ବୋଲି ଶିକ୍ଷାନୁଷ୍ଠାନ ସମୁହର ଅଧକ୍ଷ ଡି ମୁରଲି କ୍ରିଷ୍ଣା ସାମ୍ବାଦିକ ସମ୍ମିଳନୀରେ ଆଜି ସୂଚନା ଦେଇଥିଲେ । ଅଗଷ୍ଟ ୯, ଅଗଷ୍ଟ କ୍ରାନ୍ତି ଦିବସ ଉପଲକ୍ଷେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏହି ଶୋଭାଯାତ୍ରା ବରଗଡ଼ ଲେଙ୍ଗୁ ମିଶ୍ର ଛକଠାରୁ ଆରମ୍ଭ ହୋଇ ବରାହାଗୋଡା ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥିରେ ବିକାଶ ଶିକ୍ଷାନୁଷ୍ଠାନ ସମୁହର ଛାତ୍ରଛାତ୍ରୀମାନଙ୍କ ସମେତ ବିକାଶ ମଲ୍ଟି ସ୍ପେଶାଲିଟି ହସ୍ପିଟାଲର କର୍ମଚାରୀ ଓ ବରଗଡ଼ର ସ୍ୱେଚ୍ଛାସେବୀ ସଂଗଠନ, ଅନୁଷ୍ଠାନର ସ୍ୱେଚ୍ଛାସେବୀ ମାନେ ସାମିଲ ହେବେ ବୋଲି କହିଥିଲେ । ସେହିପରି ଆସନ୍ତାକାଲି ସକାଳ ୭.୩୦ ମିନିଟ୍‌ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଏଥିରେ ବିକାଶ ଶିକ୍ଷାନୁଷ୍ଠାନ ସମୁହର ଛାତ୍ରଛାତ୍ରୀମାନେ ଲେଙ୍ଗୁ ମିଶ୍ର ଛକ, ଥାନା ଛକ, ଗୌରପଡା ଛକ, କଚେରି ଛକ ଏବଂ ଘରୋଇ ବସ୍‌ଷ୍ଟାଣ୍ଡ ଛକଠାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଏହି ଜାତୀୟ ପତାକାର ଲମ୍ବ ୧ କିମି ରହିଥିବା ବେଳେ ଏହାର ଚଉଡା ୯ଫୁଟ ରହିଛି । ଏହି କାର୍ଯ୍ୟକ୍ରମରେ ବିକାଶ ଶିକ୍ଷାନୁଷ୍ଠାନ, ବରାହଗୋଡା ଠାରେ ଶେଷ ହେବ । ସାମ୍ବାଦିକ ସମ୍ମିଳନୀରେ ବିକାଶ ଶିକ୍ଷାନୁଷ୍ଠାନ ସମୁହର ଏକ୍ସସିକ୍ୟୁଟିଭ ନିର୍ଦ୍ଦେଶକ ଡି ନାଗେଶ୍ଵର ରାଓ,ପରିଚାଳନା ନିର୍ଦ୍ଦେଶକ ଜି ଭାସ୍କର ରାଓ, ନିର୍ଦ୍ଦେଶକ ଡ଼ଃ ସମରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.