csstore

ଅମୃତ ମହୋତ୍ସବରେ ତ୍ରିରଙ୍ଗା ଶୋଭାଯାତ୍ରା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତାର ୭୫ ବର୍ଷ, ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଆଜି ବରଗଡ଼ ସ୍ଥିତ ଦୈନିକ ସକାଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ । ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘଠାରୁ ଏହି ଶୋଭାଯାତ୍ରାକୁ ଜିଲ୍ଲା ଏସ୍‌ପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ ଶୁଭାରମ୍ଭ କରିଥିଲେ । ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜାତୀୟ ପତାକା ଧରି ଶୋଭାଯାତ୍ରା ସହ ଗାନ୍ଧୀ ଛକଠାରେ ପହଞ୍ଚିଥିଲେ । ସେଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏଥିରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଡାକ୍ତର ରାମକୃଷ୍ଣ ପୁରୋହିତ, ବରିଷ୍ଠ ନାଗରିକ ସଂଘ, ପଞ୍ଚାୟତ କଲେଜ୍, ବିକାଶ ସ୍କୁଲ, ମାଁ ସମଲେଇ ନୂପୁର କଳା ପରିଷଦ ଆଦି ୫୦ରୁ ଅଧିକ ଅନୁଷ୍ଠାନର ଛାତ୍ରଛାତ୍ରୀ, ସଭ୍ୟ, ସଭ୍ୟା ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.