pakka

ମରଣ ଯନ୍ତା ସାଜିଛି ଯୋଖିପାଲିରୁ ପୁଞ୍ଜିପଥର ରାସ୍ତା

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମରୁ ପୁଞ୍ଜିପଥର ପର୍ଯ୍ୟନ୍ତ ମାଟି ରାସ୍ତା ମରଣ ଯନ୍ତା ସାଜିଥିବା ଅଭିଯୋଗ ହୋଇଛି । ଏହାକୁ ଦେଖି ସୁଦ୍ଧା ସ୍ଥାନୀୟ ବ୍ଲକ ପ୍ରଶାସନ ନିଦା ବିଷ୍ଣୁ ସାଜିଛି ଯାହାଦ୍ୱାରା ଲୋକଙ୍କ ମନରେ ସରକାର ପ୍ରତି ନକାରାତ୍ମକ ଭାବନା ଜାଗ୍ରତ ହେଉଥିବା ଦେଖା ଦେଇଛି । ରାଜ୍ୟ ସରକାରଙ୍କ ‘ମୋ ସରକାର’ ଏବଂ ୫ଟି ପ୍ରଚଳିତ ଥିବା ବେଳେ ବିଜେପୁର ବ୍ଲକରେ ଏହା ପ୍ରହସନ ପାଲଟିଛି ବୋଲି ଆଲୋଚନା ହେଉଛି । ବିଜେପୁର ବ୍ଲକ ପୂର୍ବରୁ ଜଣେ ବିଡିଓ ଲାଞ୍ଚ ନେଇ ଧରା ପଡିଛନ୍ତି କିନ୍ତୁ ବର୍ତ୍ତମାନ ମଧ୍ୟ ପ୍ରଶାସନିକ ଅଧିକାରୀମାନଙ୍କ ଚେତା ପଶୁନାହିଁ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଲୋକସଂଖ୍ୟା ପ୍ରାୟ ୨୫୦୦, ଏଠାରେ ରାସ୍ତା ଅଭାବରୁ ଗୋଟିଏ ମଧ୍ୟ ବସ ଚାଲୁନାହିଁ । ଗାଁରୁ ଲୋକମାନେ ଯିବାପାଇଁ ପୁଞ୍ଜିପଥର ଛକ ଯାଇଥାନ୍ତି, ଯାହାକି ବର୍ଷା ଋତୁରେ ଅସମ୍ଭବ ହୋଇପଡ଼େ । ଅପରପକ୍ଷରେ ଯୋଖିପାଲିରୁ ବାଦୀପାଲି ରାସ୍ତା ମଧ୍ୟ ମରଣ ଯନ୍ତା ସାଜିଛି । ସ୍ଥାନୀୟ ସ୍ୱେଚ୍ଛାସେବୀ ଦିବସ କୁମାର ସାହୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ଯାହାର ଫଳରେ ଦୁଇଥର ରାସ୍ତା କାମ ହୋଇଥିଲା । ବର୍ତ୍ତମାନ ଏହି ରାସ୍ତା ମରଣ ଯନ୍ତା ସାଜିଛି, କାଦୁଅ ରାସ୍ତାରେ ଗାଡ଼ି ଚଳେଇ ଅନେକ ଲୋକେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏସବୁ ସମସ୍ୟାର ସମାଧାନ କରିବା ପାଇଁ ଯୋଖିପାଲି ଗ୍ରାମରୁ ପୁଞ୍ଜିପଥର ଛକକୁ କଂକ୍ରିଟିକରଣ କରିବା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.

5 × one =