- ସୁଶ୍ରୀ ସ୍ନେହଲତା
ସମୟ ସହିତ ତାଳ ଦେଇ ପ୍ରେମ ବିବାହର ଧାରା ବଢ଼ିବାରେ ଲାଗିଛି । ଅନେକାଂଶରେ ଆଜିର ଯୁବ ସମାଜ ନିଜ ଇଚ୍ଛାରେ ବିବାହ ପାଇଁ ସାଥୀ ଖୋଜିବାକୁ ଚାହାଁନ୍ତି । ସେମାନେ ଚିନ୍ତା କରୁଛନ୍ତି ଯେ, ବିବାହ ପରେ ଯାହାଙ୍କ ସହିତ ସେମାନଙ୍କୁ ସେମାନଙ୍କର ସମଗ୍ର ଜୀବନ ବିତାଇବାକୁ ପଡିବ, ଜୀବନ ସାଥୀ ପସନ୍ଦ କରିବାର ସମ୍ପୂର୍ଣ୍ଣ ନିଷ୍ପତ୍ତି ସେମାନଙ୍କର ହେବା ଉଚିତ୍ । କିନ୍ତୁ ଆଜି ବି ଆମ ସମାଜରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ପ୍ରେମ ବିବାହର ସଠିକ ପରିଭାଷା ସହିତ ପରିଚିତ ନୁହଁନ୍ତି । ଏଥିପାଇଁ ଆସନ୍ତୁ, ପ୍ରେମ ବିବାହ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା । ଏଥି ସହିତ ଏଠାରେ ଆମେ ପ୍ରେମ ବିବାହର କେତେକ ଉଚିତ ଦିଗ ପ୍ରତି ଧ୍ୟାନ ଦେବା ।
କୁହାଯାଏ, ବିବାହ ଏକ ଆଜୀବନ ଅମୃତ ସମ୍ପର୍କ । ପ୍ରେମ ବିବାହ ବିଷୟରେ ଖୋଲାଖୋଲି ଚିନ୍ତା କରିବାକୁ ଗଲେ, ଏଥିରେ ପୁଅ ଏବଂ ଝିଅ ପରସ୍ପରକୁ ଜାଣିଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଗଭୀର ଏବଂ ପ୍ରକୃତ ପ୍ରେମ ଅଛି । ଏଥିରେ ଦୁହେଁ ପାରସ୍ପରିକ ସମ୍ମତି ସହିତ ବିବାହ କରନ୍ତି । ସ୍ୱଭାବତଃ ଏହାକୁ ପ୍ରେମ ବିବାହ କୁହାଯାଇଥାଏ । ସେମିତି ବି ପ୍ରେମ ବିବାହରେ ଅନେକ ଲାଭ ରହିଛି । ଯଦି ପିତାମାତା ପ୍ରେମ ବିବାହରେ ସେମାନଙ୍କର ସମ୍ମତି ଦିଅନ୍ତି, ପ୍ରେମ ବିବାହ ଆହୁରି ବଳିଷ୍ଠ ଓ ସତେଜ ହୋଇଥାଏ । କିନ୍ତୁ ଯଦି ଉଭୟ ପକ୍ଷର ପିତାମାତାଙ୍କ ସମର୍ଥନ ନଥାଏ, ତେବେ ସମୟ ସମୟରେ ଏହି ପ୍ରେମ ବିବାହ ବିଷାଦମୟ ହୁଏ । କିନ୍ତୁ ଯଦି ପ୍ରେମ ବିବାହରେ ବାନ୍ଧି ହୋଇଥିବା ଉଭୟ ପତିପତ୍ନୀ ପ୍ରେମ ପ୍ରତି ସମର୍ପିତ, ତେବେ ସେଠାରେ ଏଭଳି ସ୍ଥିତି ଉପୁଜେ ନାହିଁ ।

ପ୍ରେମ ବିବାହର ସବୁଠାରୁ ବଡ ଲାଭ ହେଉଛି, ଜଣେ ନିଜର ପ୍ରିୟ ସାଥୀଙ୍କ ସହିତ ଜୀବନ ବିତାଇବାକୁ ସୁଯୋଗ ପାଇବ । ଏଥିରେ ସମାଜରେ ପ୍ରଚଳିତ ତଥାକଥିତ ବିବାହ ପରି ଯାବତୀୟ ଜଂଜାଳ ନଥାଏ । ପରିବାର ସଦସ୍ୟମାନେ ନିଜ ଯୌବନପ୍ରାପ୍ତ ସନ୍ତାନ ପାଇଁ ସାଥୀ ଖୋଜନ୍ତି ନାହିଁ । ସେ ପୁଅ ହେଉ କିମ୍ବା ଝିଅ ହେଉ, ସେମାନେ ନିଜେ ନିଜ ସାଥୀଙ୍କ ସହିତ ଜୀବନ ବିତାଇବାକୁ ଏବଂ ବିବାହ କରିବାକୁ ଆଗଭର ହୁଅନ୍ତି ଏବଂ ଏକ ସୁନ୍ଦର ସମୟକୁ ଆମନ୍ତ୍ରଣ କରନ୍ତି ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ପ୍ରେମ ବିବାହର ସଫଳତା ପ୍ରେମର ବଳିଷ୍ଠ ବନ୍ଧନ ଉପରେ ନିର୍ଭର କରେ । ଏକ ଗବେଷଣାରେ କୁହାଯାଇଛି ଯେ, ଯେହେତୁ ପ୍ରେମ ବିବାହରେ ବିବାହ ପୂର୍ବରୁ ଉଭୟ ପତିପତ୍ନୀଙ୍କ ମଧ୍ୟରେ ପ୍ରେମ ରହିଥାଏ ଏବଂ ଦୁହେଁ ଦୁହିଁଙ୍କୁ ଠିକ୍ ଭାବରେ ବୁଝିଥାଆନ୍ତି, ତେଣୁ ବିବାହ ପରେ ଦୁହିଁଙ୍କ ଜୀବନ ସୁଖମୟ ହୋଇଥାଏ । କିନ୍ତୁ ଆରେଂଜ ମେରେଜ୍ରେ ଏହି ସୁଯୋଗ ନଥାଏ । ଏଠାରେ ବିବାହ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୁଏ ଏବଂ ଦୁହେଁ ଦୁହିଁଙ୍କୁ ବୁଝିବା ଆରମ୍ଭ କରନ୍ତି । ଏଣୁ ଏଠାରେ ଅତ୍ୟଧିକ ମତାନ୍ତର, ମନାନ୍ତର ସମ୍ଭାବନା ରହିଥାଏ । କିନ୍ତୁ ପୁରୁଣା କାଳରେ ସାମାଜିକ ବନ୍ଧନ ଆଧାରରେ ଏହି ସଂପର୍କ ଧୀରେ ଧୀରେ ସମୟ ସହିତ ବଳିଷ୍ଠ ହେଉଥିଲା ଓ ସ୍ଥାୟୀତ୍ୱ ପ୍ରାପ୍ତ ହେଉଥିଲା । କିନ୍ତୁ ବର୍ତ୍ତମାନ ଯୁଗରେ ଅନେକାଂଶରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି, ଯାହାଫଳରେ ବିବାହ ବିଚ୍ଛେଦର ସମସ୍ୟା ଦେଖିବାକୁ ମିଳୁଛି ।

ଆରେଂଜ ବିବାହ ଅପେକ୍ଷା ପ୍ରେମ ବିବାହରେ ସାଥୀଙ୍କ ମଧ୍ୟରେ ଅଧିକ ଦୃଢ଼ ସଂପର୍କ ରହୁଥିବା ଦେଖିବାକୁ ମିଳୁଛି । ଏଥିରେ ଅଂଶୀଦାରମାନେ ପରସ୍ପରର ପସନ୍ଦ ଏବଂ ନାପସନ୍ଦ ବିଷୟରେ ବହୁତ ଭଲ ଯତ୍ନ ନିଅନ୍ତି । ଏହା ବ୍ୟତୀତ, ସେମାନେ ଉଭୟେ ଉଭୟଙ୍କ ଭଲ ଏବଂ ଖରାପ ଆଚରଣ ସହିତ ବହୁତ ଭଲ ଭାବରେ ପରିଚିତ ଥିବା କାରଣରୁ ସେମାନଙ୍କ ମଧ୍ୟରେ ବିବାଦର ସମ୍ଭାବନା କମ୍ ରହିଥିବା ଲକ୍ଷ୍ୟ କରାଯାଉଛି ।
ତେବେ ଯେକୌଣସି ସଂପର୍କରେ ମନାନ୍ତର ଏବଂ କଳି-ଝଗଡ଼ା ଅତି ସାଧାରଣ କଥା । ଏପରି ପରିସ୍ଥିତିରେ ଆରେଂଜ ବିବାହ ତୁଳନାରେ ପ୍ରେମ ବିବାହରେ ଏହାର ସମ୍ଭାବନା ସାମାନ୍ୟ କମ୍ ଦେଖାଯାଏ । ଏହାର କାରଣ ହେଉଛି, ପ୍ରେମ ବିବାହରେ ଦମ୍ପତିମାନେ ଦୀର୍ଘ ଦିନ ଧରି ପରସ୍ପରକୁ ଜାଣିଥାନ୍ତି ଏବଂ ଏହି କାରଣରୁ ସେମାନେ ପରସ୍ପରର ଅଭ୍ୟାସ ବିଷୟରେ ଅବଗତ ଥାଆନ୍ତି ଏବଂ ନିଜ ସାଥୀ ପାଇଁ କ’ଣ ଖରାପ ଏବଂ ଭଲ ହୋଇପାରେ, ତାହା ସେମାନେ ଜାଣି ପାରନ୍ତି ।

ସେ ଯାହା ବି ହେଉ, ଆଜିର ସମୟରେ ଯୁବ ସମାଜ ପ୍ରେମ ବିବାହକୁ ବେଶୀ ଅଗ୍ରାଧିକାର ଦେଉଥିବା ଦେଖିବାକୁ ମିଳୁଛି । ନିଜ ଜୀବନ ପାଇଁ ନିଜେ ନିଜର ଜୀବନ ସାଥୀ ବାଛିବାକୁ ସେମାନେ ପସନ୍ଦ କରୁଛନ୍ତି । ତେବେ ଏ ଦିଗରେ ଆମକୁ ମଧ୍ୟ ସମୟ ସହ ଖାପ ଖୁଆଇ ଚଳିବାକୁ ହେବ । କାରଣ ଆମର ଯୁବ ସମାଜ ହିଁ ଆମ ପାଇଁ ଶକ୍ତି ଓ ସମୃଦ୍ଧି ।
My brother recommended I might like this web site.
He was entirely right. This post truly made my day.
You cann’t imagine just how much time I had spent for this information! Thanks!
My brother suggested I might like this blog.
He was entirely right. This post actually made my day. You cann’t imagine just
how much time I had spent for this information! Thanks!
thanks
I truly love your blog.. Pleasant colors & theme. Did you develop this site yourself?
Please reply back as I’m planning to create my very own website and want to know where you
got this from or exactly what the theme is named.
Cheers!
ok