pakka

ପ୍ରେମରେ ପଡ଼ି ଜୀବନ ସାଥୀ ବାଛିବା ବେଳେ ସଜାଗ ରୁହନ୍ତୁ

  • ସୁଶ୍ରୀ ସ୍ନେହଲତା

ଜୀବନ ସାଥୀ ଚୟନ ଜୀବନରେ ବିଶେଷ ଗୁରୁତ୍ୱ ବହନ କରିଥାଏ । ଏଥିରେ ସାମାନ୍ୟ ଭୁଲ ହେଲେ, ସାରା ଜୀବନ କଷ୍ଟ ପାଇବାକୁ ହୁଏ । ଏଣୁ ପ୍ରେମରେ ପଡ଼ି ଜୀବନ ସାଥୀ ବାଛିବା ବେଳେ ଯୁବତୀମାନେ ସଜାଗ ରହିବା ଆବଶ୍ୟକ । ଆସନ୍ତୁ ଏ ଦିଗରେ କିଛି ଟିପ୍ସ ଉପରେ ଧ୍ୟାନ ଦେବା ।

  • ପ୍ରେମର ମିଛ ଉଦ୍‌ବେଳନ ନେଇ ଜୀବନ ସାଥୀ ଭାବେ କାହାକୁ ଚୟନ କରନ୍ତୁ ନାହିିଁ । ଧୀରସ୍ଥିର ଚିତ୍ତରେ ଚିନ୍ତା କରି ପ୍ରେମକଙ୍କ ଚାଲିଚଳନ ଓ ଆଚାର ବ୍ୟବହାର ଉପରେ ଧ୍ୟାନ ରଖି ପଦକ୍ଷେପ ନିଅନ୍ତୁ ।
  • କାହା କଥାରେ ପଡ଼ି କାହା ଉପରେ ବିଶ୍ୱାସ କରିବା ଅପେକ୍ଷା ନିଜ ଅନୁସାରେ ଅନୁଧ୍ୟାନ କରିବା ବାଂଛନୀୟ ।
  • ପ୍ରେମର ପ୍ରକୋପରେ ସବୁକିଛି ଠିକ୍‌ଠାକ୍‌ ମନେହୁଏ । କିଂତୁ ପ୍ରଥମରୁ ନିଜେ ଅନୁଭବ କରିବାକୁ ହେବ ଯେ, ହାତ ମୁଠାରେ ରହିଥିବା ଆବେଗପୂର୍ଣ୍ଣ ସଂପର୍କ ବାସ୍ତବରେ କାଚ ନା ହୀରା । ମନେ ରଖିବାକୁ ହେବ ବେଳେ ବେଳେ ହୀରା ଠାରୁ ମଧ୍ୟ କାଚ ବେଶୀ ଚକ୍‌ ଚକ୍‌ କରେ ।
  • ତରବରିଆ ଭାବେ ପଦକ୍ଷେପ ନିଅନ୍ତୁ ନାହିିଁ । ଆଗପଛ ବିଚାର କରି ପାଦ ବଢ଼ାନ୍ତୁ ।
  • ପ୍ରେମ ସବୁବେଳେ ଅମୃତମୟ । କିନ୍ତୁ ଯଦି ପ୍ରେମ ପଛରେ ସ୍ୱାର୍ଥ, ଅହଂକାର, ଭେଦଭାବ କିମ୍ବା ନାନା ପ୍ରକାର ମତାନ୍ତର ରହିଥାଏ, ତେବେ ତାହା ବିଫଳତା ଆଡ଼କୁ ଟାଣିନିଏ । ଏଥିପ୍ରତି ସଜାଗ ହେବା ଉଚିତ ।
Leave A Reply

Your email address will not be published.

9 − 3 =