pakka

ଅଭୟଙ୍କ ଅନୁରୋଧ ପରେ ହିତାଧିକାରୀ ପାଇଲେ ସରକାରୀ ପଲିଥିନ

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୈନାଢୋରା ପଞ୍ଚାୟତ ସଦର ଗ୍ରାମର ଧନେଶ୍ଵର ଦେହେରିଙ୍କ ମାଟିଘର ଗତ ସପ୍ତାହରେ ଲଗାଣ ବର୍ଷା ଯୋଗୁଁ ଭୁଶୁଡି ଯାଇଥିଲା ଏବଂ ରହିବା ପାଇଁ ଅନ୍ୟତ୍ର ଆଶ୍ରୟ ନେଉଥିଲେ । ଏନେଇ ସରକାରୀ ସହାୟତାର ସହଯୋଗ ସହ ଘର ସଜାଡ଼ିବା ପାଇଁ ପଲିଥିନ ଖଣ୍ଡିଏର ଅପେକ୍ଷାରେ ଥିଲେ ଧନେଶ୍ୱର ଯାହା ତାଙ୍କୁ ଠିକ୍‌ ସମୟରେ ମିଳିପାରି ନଥିଲା ଯାହା ତାଙ୍କୁ ହତାଶ କରିଥଲା । ଘଟଣାଟି ଅମ୍ବାଭୋନା ଗ୍ରାମର ଯୁବ ସ୍ୱେଚ୍ଛାସେବୀ ଅଭୟ ପଣ୍ଡାଙ୍କ ନଜରରେ ପଡିଥିଲା ଏବଂ ତୁରନ୍ତ ତାଙ୍କୁ ପଲିଥିନ ଯୋଗାଇ ଦେବାକୁ ଅମ୍ବାଭୋନା ତହସିଲଦାର ମହୋଦୟଙ୍କୁ ଅନୁରୋଧ କରିଥିଲେ । ତାଙ୍କର ଅନୁରୋଧ ସଙ୍ଗେ ସଙ୍ଗେ ଘଟଣାର ତଦନ୍ତ ପାଇଁ ଭୁକ୍ତା ରାଜସ୍ୱ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଗଲା । ତାର କିଛି ଘଣ୍ଟା ମଧ୍ୟରେ ରାଜସ୍ୱ ଅଧିକାରୀ ଘଟଣାର ତଦନ୍ତ କରି ଅମ୍ବାଭୋନା ତହସିଲ କାର୍ଯ୍ୟାଳୟକୁ ଜଣାଇଥିଲେ । ତହସିଲ କାର୍ଯ୍ୟାଳୟର କନିଷ୍ଠ ରାଜସ୍ୱ ଅଧିକାରୀ ବିଘ୍ନରାଜ ଭୁଏ ଧନେଶ୍ୱରଙ୍କୁ ତହସିଲ କାର୍ଯ୍ୟାଳୟରେ ପଲିଥିନ ପ୍ରଦାନ କରିଥିଲେ । ଅଭୟଙ୍କ ଏହି ପ୍ରୟାସ ଏବଂ ଅମ୍ବାଭୋନା ତହସିଲଦାରଙ୍କର ତୁରନ୍ତ ପଦକ୍ଷେପ ଧନେଶ୍ୱରଙ୍କ ମୁହଁରେ ହସ ଖେଳାଇଲା ।

Leave A Reply

Your email address will not be published.

17 − 1 =