pakka

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ସ୍ଥାପନା ଦିବସ ପାଳିତ

bbehera
  • ଗନ୍ଧମାର୍ଦ୍ଦନର ଐତିହ୍ୟ, ପୌରାଣିକ ପୀଠର ସୁରକ୍ଷା ସହ “ଗନ୍ଧମାର୍ଦ୍ଦନ ପର୍ବତ”କୁ ଜାତୀୟ ସଂପତ୍ତି ଘୋଷଣା କରାଯାଉ : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନର ଐତିହ୍ୟ, ପୌରାଣିକ ପୀଠର ସୁରକ୍ଷା ସହ ‘ଗନ୍ଧମାର୍ଦ୍ଦନ ପର୍ବତ’କୁ ରାଜ୍ୟ ସରକାର ଜାତୀୟ ସଂପତ୍ତି ଘୋଷଣା କରିବା ସହ ଗନ୍ଧମାର୍ଦ୍ଦନ ପର୍ବତ ମାଲାରେ ଭବିଷ୍ୟତରେ କୌଣସି ଖଣି ପ୍ରକଳ୍ପ ଖୋଲାଯିବ ନାହିଁ ବୋଲି ରାଜ୍ୟ ସରକାର ବିଧାନସଭାରେ ସଂକଳ୍ପ ପାରିତ କରନ୍ତୁ ବୋଲି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦାବୀ କରିଛି । ଆଜି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୮ତମ ପ୍ରତିଷ୍ଠା ଦିବସ ନୃସିଂହନାଥ ସ୍ଥିତ ଭାଗବତ ତତ୍ୱ ଯୋଗାଶ୍ରମରେ ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ଅଧ୍ୟକ୍ଷତାରେ ଓ ପୂର୍ବତନ ଆବାହକ ରାହାସ ବିହାରୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ନୂଆପଡା, ଖପ୍ରାଖୋଲ, ପାଟଣାଗଡ, ପଦ୍ମପୁର, ଝାରବନ୍ଧ, ପାଇକମାଲ ଅଞ୍ଚଳରୁ ଆସିଥିବା ‘ଗନ୍ଧମାର୍ଦ୍ଦନ ଆନ୍ଦୋଳନ’ ଶତାଧିକ ସଦସ୍ୟମାନେ ନୃସିଂହନାଥ ସିଂହଦ୍ୱାର ସମ୍ମୁଖରେ ୩୮ଟି ଦୀପ ପ୍ରଜ୍ୱଳନ କରି ପାରମ୍ପାରିକ ବାଦ୍ୟ, ନାଚରେ ଏକ ଶୋଭାଯାତ୍ରାରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତି ପୀଠକୁ ଯିବା ପରେ ସେଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସମସ୍ତେ ଶୋଭାଯାତ୍ରାରେ ଭାଗବତ ତତ୍ୱ ଯୋଗାଶ୍ରମରେ ପହଞ୍ଚିଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଯୁଗ୍ମ ଆବାହକ ଶୁଶିଲ ଗୁରୁ, ଗୁପ୍ତେଶ୍ଵର କୁଅଁର, ପୂର୍ବତନ ଆବାହକ ତଥା ଟେମରୀ ସରପଞ୍ଚ ଦିଲ୍ଲୀପ ବେହେରା, ଅଭିୟ ତ୍ରିପାଠୀ, ଶତୃଘ୍ନ ନାଏକ, ପୂର୍ବତନ ସରପଞ୍ଚ ଡୁମ୍ବରୁଧର ବେହେରା, କ୍ଷମାନିଧି ଭୋଇ, ଶ୍ରୀମତୀ ଗଣେଶି ତାଣ୍ତି, ଜଗଦୀଶ ଲୁହାର, ଶ୍ରୀମତୀ ପ୍ରତିମା ବଘାର ୧୯୮୫ ମସିହା ଅଗଷ୍ଟ ୧୯ ତାରିଖ ଦିନ ଗନ୍ଧମାର୍ଦ୍ଦନରୁ ବାଲକୋର ବକ୍‌ସାଇଟ ଖଣି ପ୍ରକଳ୍ପ ବିରୋଧରେ ଆନ୍ଦୋଳନ କରିବା ପାଇଁ କିଭଳି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଗଠନ ହୋଇଥିଲା ଓ ଏକ ଦୁର୍ବାର ଜନ ଆନ୍ଦୋଳନ ଚାପରେ ସରକାର କିଭଳି ଗନ୍ଧମାର୍ଦ୍ଦନରେ ବାଲକୋର ଖଣି ପ୍ରକଳ୍ପକୁ ବାତିଲ କରିଥିଲେ ସେ ସଂପର୍କରେ ମତବ୍ୟକ୍ତ କରିଥିଲେ । ଗନ୍ଧମାର୍ଦ୍ଦନର ଐତିହ୍ୟ, ପୌରାଣିକ ପୀଠର ସୁରକ୍ଷା ସହ ‘ଗନ୍ଧମାର୍ଦ୍ଦନ ପର୍ବତ’କୁ ଜାତୀୟ ସଂପତ୍ତି ଘୋଷଣା ଏବଂ ଗନ୍ଧମାର୍ଦ୍ଦନ ପର୍ବତରେ ଭବିଷ୍ୟତରେ କେବେ ଖଣି ପ୍ରକଳ୍ପ ସ୍ଥାପନ କରାଯିବ ନାହିଁ ବୋଲି ରାଜ୍ୟ ସରକାର ଓଡିଶା ବିଧାନସଭାରେ ଏକ ସଂକଳ୍ପ ପାରିତ କରିବା ପାଇଁ ସନ୍ଥ ରଘୁନାଥ ବାବାଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ପ୍ରତିଷ୍ଠା ଦିବସ ସମ୍ମେଳନରେ ସର୍ବ ସମ୍ମତି କ୍ରମେ ପାରିତ କରାଯାଇଥିଲା । ଗନ୍ଧମାର୍ଦ୍ଦନର ସକ୍ରୀୟ ସଦସ୍ୟ ଜଗଦିଶ ଲୁହାର ପରିଷଦ ପାଇଁ ଏକ ସ୍ଥାୟୀ ପାଣ୍ଠିର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେବା ସହ ନିଜେ ୨ ହଜାର ଟଙ୍କା ଜମା ଦେଇଥିଲେ । ଏହି ଅବସରରେ ସାମ୍ବାଦିକ ବିଦ୍ୟାଧର ସାହୁ (ଲୁଲୁ)ଙ୍କୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ସଂପାଦକ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଛି । ଏହି ପ୍ରତିଷ୍ଠା ଦିବସରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ମଙ୍ଗନ ସିଂ ବରିହା, ଧନସିଂ ତାଣ୍ତି, ସଂଜୟ ବେହେରା, ଲଳିତ ଜଗତ, ସୁନ୍ଦର ଭୋଇ, ଡୋଲାମଣି ପାଣ୍ତେ, କୌଲାସ ଦିଶ୍ରୀ, ଦୟାନନ୍ଦ ମାଝୀ, ବିକି ଅଗ୍ରୱାଲ, ରୁକୁମଣ ସେଠ, ହରେକୃଷ୍ଣ ସୁନା, ରାଜେନ୍ଦ୍ର ସେଠ, ଶ୍ରୀମତୀ ସୁବାଷିନୀ ପ୍ରଧାନ, ଓମ୍‌କାନ୍ତି ସାହୁ, ଗଜରାଜ ନାଗ, ଉପେନ୍ଦ୍ର ଭୋଇ, କୀର୍ତ୍ତନ ଦାଉ, ବିମଲା ବିଶି, ଦିବ୍ୟ ହଂସ, ଟେଙ୍ଗୁନୁ ଭୋଏ, ସୁରେନ୍ଦ୍ର ଭୋଇ, ପଦ୍ମଲୋଚନ ବିନାଟ, ମୀନକେତନ ମରେଇ ଯୋଗଦେଇ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଶେଷରେ ବିପ୍ର ବିଶି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

18 + 19 =

error: Content is protected !!