pakka

ପଖନମୁଣ୍ଡା ବିଦ୍ୟାଳୟରେ କୃମିନାଶକ ବଟିକା ସେବନ

bbehera

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ସାରା ଭାରତ ବର୍ଷରେ ଅଗଷ୍ଟ ୧୨ ତାରିଖରେ ଜାତୀୟ କୃମିନାଶକ ଦିବସ ଭାବେ ପାଳନ କରାଯାଇଥିଲା । ସେହି ପରିପ୍ରେକ୍ଷୀରେ ବିଦ୍ୟାଳୟମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ କୃମିନାଶକ ବଟିକା ମାଗଣାରେ ଯୋଗାଇ ଦିଆଯାଇଥିଲା । ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଉକ୍ତ ଦିନ କୃମିନାଶକ ବଟିକା ଆଶାକର୍ମୀ ତିଲମତି କୁମ୍ଭାର ଛାତ୍ରଛାତ୍ରୀମାନଙ୍କୁ ଖାଇବାକୁ ଦେଇଥିଲେ ଏବଂ ଅନୁପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଆଜି ଖାଇବାକୁ ଦେଇଥିଲେ । ମୋଟ ୧୬୨ ଜଣ ଛାତ୍ରଛାତ୍ରୀ ବଟିକା ଖାଇ ଏହି ମହତ କାର୍ଯ୍ୟରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ରେଡକ୍ରସ କର୍ମୀ ବିରଂଚି ନାରାୟଣ ଦାଶ, ଶିକ୍ଷକ ମନୋଜ ତାଣ୍ଡି, ବିଶେଶ୍ୱର ମୁଦୁଲି, ନରେଶ ତାଣ୍ଡି, ବିଜୁଦାସ ତାଣ୍ଡି ଆଦି ସହଯୋଗ କରିଥିଲେ ।

Leave A Reply

Your email address will not be published.

20 − 11 =