pakka

ଜୀବନକୁ ବି ପାଳିବାକୁ ହୁଏ

  • ସୁଶ୍ରୀ ସ୍ନେହଲତା

ଜୀବନକୁ ବି ପାଳିବାକୁ ହୁଏ । ଜୀବନକୁ ପୋଷା ମନେଇ ପାରିଲେ ସୁନ୍ଦର ଲାଗେ ପୃଥିବୀ, ପ୍ରକୃତିର ପ୍ରତ୍ୟେକ ଦୃଶ୍ୟ ଆକର୍ଷଣୀୟ ମନେହୁଏ । ଭଲ ପାଇବାର ମନ୍ତ୍ରରେ ଜୀବନ ମନ୍ତ୍ରିତ ହୋଇ ନପାରିଲେ ଅନେକ ସମୟରେ ପଥଚ୍ୟୁତ ହେବାକୁ ପଡେ ଓ ନାନା ପ୍ରକାର ଉଦାସୀନତା ମାଡ଼ିବସେ । ସାଧାରଣ ସମସ୍ୟାକୁ ବି ସାମ୍ନା କରିବା ସମୟରେ ଭାଂଗି ପଡ଼ିବାକୁ ହୁଏ, ଇତଃସ୍ତତ ଲାଗେ ଓ ଗୁଡ଼ାଏ କଷ୍ଟ ଅନୁଭବ ହୁଏ । ଆସନ୍ତୁ ଜୀବନକୁ ଆହ୍ଲାଦନମୟ କରିବା ପାଇଁ କେତୋଟି ଟିପ୍ସ ଉପରେ ନଜର ପକାଇବା ।

  • ସମସ୍ୟା ସବୁବେଳେ ଆସେ । ଏହା ନୁଆ କଥା ନୁହେଁ । ସମସ୍ୟାକୁ ଦେଖି ବ୍ୟାକୁଳ ହୁଅନ୍ତୁ ନାହିଁ । ସ୍ଥିର ଚିତ୍ତରେ ସମସ୍ୟାର ସମାଧାନ ପାଇଁ ଚିନ୍ତା କରନ୍ତୁ ।
  • କୌଣସି ଉଚିତ କର୍ମ କରିବା ବେଳେ ଯଦି ପ୍ରତିବନ୍ଧକ ଆସୁଛି, ତେବେ ବିଚଳିତ ହୁଅନ୍ତୁ ନାହିଁ । ପ୍ରଚେଷ୍ଟା ଜାରି ରଖନ୍ତୁ, ଆପେ ଆପେ ପଥ ଉନ୍ମୁକ୍ତ ହେବ ।
  • ଏତେ ସୁନ୍ଦର ଜଗତରେ ଜନ୍ମ ନେବାର ସୁଯୋଗ ପାଇଛନ୍ତି ଯେତେବେଳେ, ଜଗତର ସୌନ୍ଦର୍ଯ୍ୟମୟତାକୁ ମନଭରି ଉପଭୋଗ କରନ୍ତୁ ।
  • ନିଜେ ଅଭାବରେ ରହିଛନ୍ତି ବୋଲି ଦୁଃଖ କରନ୍ତୁ ନାହିଁ । ନିଜ ଠାରୁ ଅଧିକ ଅଭାବରେ ଥିବା ବ୍ୟକ୍ତି କେମିତି ଜୀବନ ନିର୍ବାହ କରୁଛି, ତା’ କଥା ଟିକେ ଚିନ୍ତା କରନ୍ତୁ ।
  • ନିଜର ଅବସ୍ଥାକୁ ନେଇ ବିତସ୍ପୃହ ହୁଅନ୍ତୁ ନାହିଁ । ଏହି ସ୍ଥିତିରୁ ନିଜକୁ ମୁକୁଳାଇ ଆଣିବାକୁ ଚେଷ୍ଟା କରନ୍ତୁ ।
  • କିଏ କ’ଣ କହିବ, ଏଥିପ୍ରତି ନଜର୍‌ ରଖନ୍ତୁ ନାହିଁ । ନିଜକୁ ଯାହା ଠିକ୍‌ ଲାଗୁଛି, ସେ ଦିଗରେ କାମ କରନ୍ତୁ ।
  • ଅନ୍ୟର ଖୁସି ଦେଖି ନିଜେ ଖୁସି ହୁଅନ୍ତୁ । ଦେଖିବେ ଜୀବନ ଆନନ୍ଦମୟ ଅନୁଭବ ହେବ ।
  • ଅହଂକାରର ବଶବର୍ତ୍ତୀ ହୋଇ କାହାର କ୍ଷତି କରିବାକୁ ଚାହାନ୍ତୁ ନାହିଁ । ଏହା ନିଜ ପାଇଁ ସବୁବେଳେ କ୍ଷତିକାରକ ।
Leave A Reply

Your email address will not be published.

seven + 13 =