pakka

ଜଳର ମାନ ପରୀକ୍ଷଣ ଓ ପରିମଳ ସର୍ବେକ୍ଷଣ କର୍ମଶାଳା

kalikesh

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ସ୍ଥିତ ବିଜୁ ପଟ୍ଟନାୟକ ସମ୍ମିଳନୀ ପ୍ରକୋଷ୍ଠରେ ମଣ୍ଡଳସ୍ତରୀୟ ଜଳ ବିଶୋଧନ କର୍ମଶାଳା, ଜଳ ଓ ପରିମଳ ବିଭାଗର ଏସଡିଓ ଆଲୋକ ରଞ୍ଜନ ପଣ୍ଡା ଓ ଯନ୍ତ୍ରୀ ସ୍ଵାଗତିକା ପ୍ରଧାନଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଜଳ ପ୍ରକଳ୍ପ ଅଧିକାରୀ କମଳ ଲୋଚନ ଦାସ, ଜଳ ପରୀକ୍ଷକ ଧନଞ୍ଜୟ ତ୍ରିପାଠୀ, ସହାୟକ ପ୍ରଦୀମ୍ନ ବରାଳ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷାର୍ଥୀଙ୍କୁ ଜଳ ବିଶୋଧନ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରତ୍ୟକ ପଞ୍ଚାୟତରେ କିଭଳି ପାନୀୟ ଜଳ ବିଶୋଧନ କରାଯିବ ଓ ଜଳର ତାପମାତ୍ରା ସମ୍ପର୍କରେ ପ୍ରଶିକ୍ଷଣ ମାଧ୍ୟମରେ ଡେମୋ ପ୍ରଦର୍ଶନ କରାଯାଇଥିଲା ।

pp
Leave A Reply

Your email address will not be published.

2 × five =