ନିଜ ଶିଶୁକନ୍ୟା ବିକ୍ରି କରିଥିଲା ବାପା : ବାପା ସହ ୫ ଅଭିଯୁକ୍ତ ଗିରଫ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଧର୍ମଶାଳା ଅଧିନସ୍ଥ କୋତପୁର ପଞ୍ଚାୟତର ସାନରାଇପଡ଼ା ଗ୍ରାମରେ ଶିଶୁକନ୍ୟା ବିକ୍ରି ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରି ଧର୍ମଶାଳା ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ସାନରାଇପଡ଼ା ଗ୍ରାମର ନଟବର ବେହେରାଙ୍କ ପତ୍ନୀ କାଞ୍ଚନ ବେହେରା ଗତ ୨୭ତାରିଖରେ ଧର୍ମଶାଳା ମେଡ଼ିକାଲରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । କିନ୍ତୁ ଦାରିଦ୍ରତା ହେତୁ ଶ୍ରୀ ବେହେରା ନିଜ ଶିଶୁ କନ୍ୟାକୁ କେନ୍ଦ୍ରପଡ଼ା ଜିଲ୍ଲା ମହାକାଳପଡ଼ାରେ ରହୁଥିବା ଏକ ଦମ୍ପତ୍ତିଙ୍କୁ ୧୨ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ । ଘଟଣା ବିଷୟରେ ଖବର ପାଇ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶିଶୁ କନ୍ୟାର ବାପା ମା’ଙ୍କୁ ପଚରାଉଚରା କରିଥିଲେ ଓ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଧର୍ମଶାଳା ପୋଲିସ ଶିଶୁ କନ୍ୟାଟିକୁ ଉଦ୍ଧାର କରିଥିଲେ ଓ ଘଟଣାରେ ସମ୍ପୃକ୍ତ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଶିଶୁ କନ୍ୟାର ବାପା, ଅଙ୍ଗନୱାର୍ଡି କର୍ମୀ ଓ ତାଙ୍କ ଭାଇ ଏବଂ ଶିଶୁ କନ୍ୟାକୁ କିଣିଥିବା ଦମ୍ପତ୍ତି ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

19 + five =