pakka

ଶିଶୁ ବିକାଶ କେନ୍ଦ୍ରର କାର୍ଯ୍ୟକ୍ରମ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବିକାଶ କେନ୍ଦ୍ର ତରଫରୁ ଏକ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସଭାପତି ମଦନ ମୋହନ ରଥଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଡା. ଅଶୋକ କୁମାର ସେଠୀ ଶିଶୁମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ଉପରେ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସଂଗଠକ ମଧୁ ସାହୁଙ୍କ ପରିଚାଳନାରେ ଏକ ସୁନ୍ଦର କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱାସ୍ଥ୍ୟ ସଚେତନତା ଓ କୁଇଜ ପ୍ରତିଯୋଗିତାରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଆଗଭର ହୋଇ ଭାଗ ନେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ସୁନାଧର ବନଛୋର, ଚୁଡେନ୍ଦ୍ର କୁମାର ବେହେରା, ଧର୍ମବ୍ରତ ରଥ, କସ୍ତୁରୀ ରଥ ଓ ବିଦ୍ୟାଳୟର ଶିକ୍ଷୟତ୍ରୀ ଗଣ । ଶେଷରେ ପ୍ରିୟମ୍ବଦା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

7 + two =