pakka

ବଲାଙ୍ଗିର ଜିଲ୍ଲା ସିନିୟର ନକଆଉଟ ଫୁଟବଲ ସପ୍ତମ ଦିବସ

bbehera
  • ଲୋଇସିଂହା, ଖଲିଆପାଲି, ବଲାଙ୍ଗିର ପୋଲିସ, ଜରାସିଂହା, ସିହିନି, ସିସିଏଫ୍‌ଏ, ଖୋଲାନ ଓ ଘୁଷୁରାମୁଣ୍ଡା ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୮ ଗୋଟି ପଡିଆରେ ଫୁଟ୍‌ବଲ୍‌ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ବଲାଙ୍ଗିର ପଡିଆରେ ସିସିଏଫ୍‌ଏ ୩-୦ ଗୋଲରେ ପୋଗ୍ରେସିବ୍‌ ବିକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ସୁପ୍ରିମଟାକ୍ସ ନିର୍ଦ୍ଦେଶକ ଅଜିତ ପାଲ, ପୂର୍ବ ବଲାଙ୍ଗିର ବ୍ଲକ ଚେୟାରମେନ୍‌ ଗୋଲାପ ବାଗ ଓ କ୍ରିଡା ସଂସଦ ଚୟନ କମିଟି ସଭ୍ୟ ଶ୍ରୀକାନ୍ତ ରାଉତ ଯୋଗ ଦେଇଥିଲେ । ସଂସଦର ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା, ବରିଷ୍ଠ ସଦସ୍ୟ ଡା.ସିଦେ୍ଧଶ୍ୱର ମିଶ୍ର, ସଦସ୍ୟ ଶରତ କୁମାର ନନ୍ଦ, ଜିଲ୍ଲା କ୍ରୀଡାଧିକାରୀ ପରାସର ବାଗ, ମଂଚାସୀନ ଥାଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଲୋଇସିଂହା ମିନି ଷ୍ଟାଡିୟମଠାରେ ଏପିଜେ ଲୋଇସିଂହା ୩-୦ ଗୋଲରେ ସକମାକୁ ହରାଇ ବିଜୟୀ ହୋଇଛି । ଖେଳକୁ କରୁଣାକର ପ୍ରଧାନ, ଜିତୁ ପାତ୍ର, ସନ୍ଦୀପ ତରିଆ ଓ ପ୍ରଦୀପ ବଗର୍ତ୍ତି ପରିଚାଳନା କରିଥିଲେ । ଖୁଜେନପାଲି ପଡିଆରେ ଜେଏସ୍‌ସି ଖଲିଆପାଲି ଟ୍ରାଇବ୍ରେକର ୬-୫ ଗୋଲରେ ଖୁଜେନପାଲିକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କ୍ରୀଡା ସଂସଦର ସଦସ୍ୟ ସଂଗ୍ରାମ ବହିଦାର ଓ ଯୁଗ୍ମ ସଂପାଦକ ଶତୃଘନ ସିଂ ଯୋଗ ଦେଇଥିଲେ । ଖେଳକୁ ପ୍ରଫୁଲ୍ଲ ବଗର୍ତ୍ତି, ଶ୍ରବଣ ବାଗ, ଲବ ସୁନାନି ଓ ଯଶୋବନ୍ତ ମାଝି ପରିଚାଳନା କରିଥିଲେ । ପଲ୍ଲୀଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ ବଲାଙ୍ଗିର ପୋଲିସ ୫-୧ ଗୋଲରେ ଚନ୍ଦନଭାଟିକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କ୍ରିଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଓ ସୁଶ୍ରୀ ଆଇଟିଆଇର ଅଧ୍ୟକ୍ଷ ସନ୍ତୋଷ କୁମାର ବ୍ରହ୍ମା ଯୋଗ ଦେଇଥିଲେ । ଜରାସିଂହା ମିନି ଷ୍ଟାଡିୟମଠାରେ ବିଏନ୍‌ଏଏ ଜରାସିଂହା ୨-୦ ଗୋଲରେ ଚନ୍ଦ୍ରପୁରକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ପୂର୍ବ ଖେଳାଳି ଉମାଶଙ୍କର ସିଂ ଓ ପ୍ରମୋଦ ସିଂ ନିନା ଯୋଗ ଦେଇଥିଲେ । ଖେଳକୁ ସଞ୍ଜନ କୁଦେଇ, ଶ୍ରୀବତ୍ସ ମେହେର, କୁନ୍ତେ ମେହେର ଓ ଲକ୍ଷ୍ମୀଧର ମହାନ୍ତି ପରିଚାଳନା କରିଥିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ସିହିନି ୬-୧ ଗୋଲରେ ଚିକିନିବାହାଲିକୁ ହରାଇ ବିଜୟୀ ହେଲା । ଖେଳକୁ ବିନୋଦ ପ୍ରଧାନୀ, କୁଶଦେବ ଆଡଜୁଏଡ, ପ୍ରୀତମ ନାଏକ ଓ ବିବଚ୍ଛ ମାଝି ପରିଚାଳନା କରିଥିଲେ । ଖୋଲାନ ପଡିଆରେ ଖୋଲାନ ଏ ୩-୧ ଗୋଲରେ ସିଆଲଝୁଡୁଙ୍ଗିକୁ ହରାଇ ବିଜୟୀ ହୋଇଛି । ଖେଳକୁ ମଳୟ ଘିଭେଲା, କର୍ଣ୍ଣ ଭୋଇ, ପ୍ରମୋଦ ରଣା ଓ ଗୋପାଲ ଘିଭେଲା ପରି·ଳନା କରିଥିଲେ । ହଳଦି ପଡିଆରେ ଘୁସୁରାମୁଣ୍ଡା ଟ୍ରାଇବ୍ରେକର ୪-୩ ଗୋଲରେ ହଲଦିକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ହଳଦି ସମିତି ସଭ୍ୟ ଟୁନାମଣି ମହାନନ୍ଦ ଯୋଗ ଦେଇଥିଲେ । ଖେଳକୁ ଆଶୀର୍ବାଦ ସା, ଅଶ୍ୱିନୀ ଭୁକ୍ତା, ରିଙ୍କୁ ବିଶି ଓ ରବିନ୍ଦ୍ର ସାହୁ ପରିଚାଳନା କରିଥିଲେ ।

jay balangir
Leave A Reply

Your email address will not be published.

seventeen − one =