pakka

ଶହୀଦ ଭଗତ ସିଂଙ୍କ ଜୟନ୍ତୀରେ ଆପର ରକ୍ତଦାନ ଶିବିର

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶହୀଦ ଭଗତ ସିଂଙ୍କ ଜୟନ୍ତୀ ପାଳନ କରିବା ଅବସରରେ ଆମ୍ ଆଦମୀ ପାର୍ଟି ଓଡିଶା ତରଫରୁ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ରକ୍ତଦାନ ଶିବିରର ଉଦ୍‌ଘାଟନ କରି ରକ୍ତଦାନ କରିଥିଲେ । ଡେଙ୍ଗୁ ପାଇଁ ରାଜଧାନୀରେ ପ୍ଲାଟଲେଟର ଅଭାବ ଥିବା ବେଳେ ଆଜିର ଏହି ରକ୍ତଦାନ ଶିବିର ଜନସାଧାରଣଙ୍କୁ ସାହାଯ୍ୟ କରିବ ବୋଲି ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର କହିଥିଲେ । ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ୩୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସୂଚନାଯୋଗ୍ୟ, ଆପ୍ ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରିୱାଲଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଆଜି ରକ୍ତଦାନ ଶିବିରର ଆୟୋଜନ କରାଯାଇଅଛି । ଓଡ଼ିଶାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.

five + fifteen =