pakka

ମର୍ମନ୍ତୁଦ ଦୁର୍ଘଟଣା : ଚାଲିଗଲା ୫ ଜୀବନ, ୨୦ ଆହତ

bbehera

ରେୱାରୀ : ହରିୟାଣାର ରେୱାରୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଜାତୀୟ ରାଜପଥ ନମ୍ବର ୪୮ରେ କାରଟି ବସ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । କାରରେ ଥିବା ୫ ଜଣ ଯୁବକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଏଥିସହିତ ବସ୍‌ରେ ଥିବା ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ, କାରଟି ଦିଲ୍ଲୀରୁ ଜୟପୁର ଯାଉଥିଲା । ହଠାତ୍‌ ଭାରସାମ୍ୟ ହରାଇ ଜୟପୁରରୁ ଦିଲ୍ଲୀ ଯାଉଥିବା ବସ୍‌କୁ ଧକ୍କା ଦେଇଥିଲା ।

Leave A Reply

Your email address will not be published.

three × five =