pakka

ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ୧୭ ଜୀବନ୍ତ ଦଗ୍ଧ

l2

ବେଜିଂ : ଚାଇନାର ପୂର୍ବାଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ୧୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । ଗଣମାଧ୍ୟମ ସଂସ୍ଥା ଏଏଫ୍‌ପି ପକ୍ଷରୁ ଏସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଆଜି ମଧ୍ୟାହ୍ନ ୧୨ଟା ୪୦ରେ ଚାଙ୍ଗଚୁନ୍‌ରେ ଥିବା ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସ୍ଥାନୀୟ ପ୍ରଶାସନ କହିଛି । ମଧ୍ୟାହ୍ନ ଭୋଜନ ପାଇଁ ରେଷ୍ଟୁରାଣ୍ଟରେ ଭିଡ଼ ଥିବା ବେଳେ ଉକ୍ତ ଅଘଟଣ ଘଟିଥିବା ଜଣାପଡିଛି ।

pp
Leave A Reply

Your email address will not be published.

1 × 3 =