centurian jitm

ଏନ୍‌ଡିଆର୍‌ଏଫ୍‌ଙ୍କ ଦ୍ୱାରା ତୁଷୁରା ଉଚ୍ଚ ବିଦ୍ୟାଳୟ ଠାରେ ବିପର୍ଯ୍ୟୟ ପରିଚାଳନା ଓ ସଚେତନତା ଶିବିର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ଆପଦ ପ୍ରଶମନ ବାହିନୀଙ୍କ ବାରା ଆଜି ତୁଷୁରା ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ମୋଟ ୫୮ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରକାରର ବିପର୍ଯ୍ୟୟର ପରିଚାଳନା ତଥା ସଚେତନତା ଶିବିର ଆୟୋଜିତ ହୋଇଯାଇଛି । ଏଥିରେ କିପରି ସିପିଆର୍ ଦିଆଯିବ,ସାପ କାମୁଡ଼ିଲେ କିପରି ପ୍ରାଥମିକ ପଦକ୍ଷେପ ନିଆଯିବ, ଅଗ୍ନି ନିର୍ବାପନ କୌଶଳ, ବୁଡିଯାଇଥିବା ଲୋକଙ୍କୁ କିପରି ଉଦ୍ଧାର କରାଯିବ ତଥା ଘରେ କିପରି ସହଜରେ ଷ୍ଟ୍ରେଚର୍ ତିଆରି କରି ଶୀଘ୍ର ଡାକ୍ତରଖାନାକୁ ରୋଗୀକୁ ପଠାଯାଇପାରିବ ଇତ୍ୟାଦି ବିଷୟରେ ରାଷ୍ଟ୍ରୀୟ ଆପଦ ପ୍ରଶମନ ବାହିନୀ ପିଲାମାନଙ୍କୁ ଶିକ୍ଷା ଦେଇଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାନୁମତୀ ଛତ୍ରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ତୁଷୁରା ବାଳକ ଉଚ୍ଚ ବିଦ୍ୟାଳୟ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ ।

Leave A Reply

Your email address will not be published.