jsm

ବଲାଙ୍ଗିର ଜିଲ୍ଲା ପୌରପାଳିକା ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ୨୦୨୨ ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହର ମଧ୍ୟରେ ଥିବା କଲେଜ ଛକ, କଲ୍ୟାଣ ମଣ୍ଡପଠାରେ ଜିଲ୍ଲା ପୌରପାଳିକାରେ କାର୍ଯ୍ୟରତ ସଫେଇ କର୍ମଚାରୀମାନଙ୍କ ସବିଶେଷ ସ୍ୱାସ୍ଥ୍ୟ ନିରୀକ୍ଷଣ, ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କ ବିଭିନ୍ନ ରୋଗ ଓ ସମ୍ଭାବ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯଥା ଉଚ୍ଚନିମ୍ନ ରକ୍ତଚାପ, ମଧୁମେହ, ଜ୍ୱରକାଶ, ମେଲେରିଆ, ଯକ୍ଷ୍ମା ଇତ୍ୟାଦିକୁ ତର୍ଜମା କରାଯାଇ ଉପଯୁକ୍ତ ସ୍ୱାସ୍ଥ୍ୟ ଓ ନିରନ୍ତର ସ୍ୱାସ୍ଥ୍ୟ ଯତ୍ନ ପାଇଁ ପରାମର୍ଶ ଦିଆଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ସର୍ବମୋଟ ଏକଶହରୁ ଅଧିକ ସଫେଇ କର୍ମଚାରୀ ନିଜର ସ୍ୱାସ୍ଥ୍ୟ ଯାଞ୍ଚ କରାଇଥିବା ବେଳେ ପ୍ରାୟ ୪୦ ଜଣ ନିଜ ରକ୍ତ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଇଥିଲେ । ସ୍ୱାସ୍ଥ୍ୟ ଶିବିରରେ ବଲାଙ୍ଗିର ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌) ପକ୍ଷରୁ ଜିଲ୍ଲା ଡିପିଏଚ୍‌ଓ ଡା. ଦିବ୍ୟ କିଶୋର ପତି ମୁଖ୍ୟ ପର୍ୟ୍ୟବେକ୍ଷକ ଭାବେ ଯୋଗଦାନ କରିଥିଲେ ଓ ୟୁପିଏଚ୍‌ସି, ଶାସ୍ତ୍ରୀ ନଗର ମେଡିକାଲ ଅଫିସର ଡା. ଆଶିଷ ବିଶ୍ୱାସ, ୟୁପିଏଚ୍‌ସି କାନ୍ଧପାଲି ମେଡିକାଲ ଅଫିସର ଡା. ଏନ.କେ ପାଢ଼ୀ ଏପିଏମ୍‌-ଏନ୍‌ଏଚ୍‌ଏମ୍‌ ରାମାନୁଜ ପଣ୍ଡା, ସତ୍ୟ ରଞ୍ଜନ ମିଶ୍ର (ନିର୍ଦ୍ଧେଶକ) ନେସନାଲ ପିସ ଊନୀସନ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଦେବେସ ରାଉତ (ସ୍ୱାସ୍ଥ୍ୟ ନିରୀକ୍ଷକ ଏନ୍‌ଏଚ୍‌ଏମ୍‌) ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିବା ବେଳେ ଉଭୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସଭ୍ୟସଭ୍ୟାଙ୍କ ସକ୍ରିୟ ଅଂଶ ଗ୍ରହଣରେ ପୌରପରିଷଦ ସଫେଇ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ଶିବିର ସୂଚାରୁ ରୂପେ ସମ୍ପର୍ଣ୍ଣ ହୋଇଥିଲା ।

yuvodaya
Leave A Reply

Your email address will not be published.