pakka

କେଜିବିଭିରେ ଆଇନ ସଚେତନତା ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜର୍ଜ ଲଲାଟେନ୍ଦୁ ଜେନା ଓ ସମ୍ପାଦକ ବିନୟ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଦିନ ଦେଓଗାଁ ବ୍ଲକ ସାଗରପାଲି କଲୋନୀ ସ୍ଥିତ କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ଆଇନ ସଚେତନତା ଶିବିର ସହ ଭାରତୀୟ ସମ୍ବିଧାନ ସପ୍ତାହ ପାଳିତ ହୋଇଯାଇଛି । ପାରାଲିଗାଲ ସ୍ୱେଚ୍ଛାସେବୀ ବିଦ୍ୟୁତଲତା ଖମାରୀଙ୍କ ତତ୍ତ୍ଵାବଧାନରେ ହୋଇଥିବା ଏହି ଶିବିରରେ ବିଦ୍ୟାଳୟର ଛାତ୍ରୀମାନଙ୍କ ସହ ଶିକ୍ଷକ ଅନିଲ ନାଏକ, ଶିକ୍ଷୟତ୍ରୀ ଯଜ୍ଞସିନୀ ସ୍ୱରାଜ, ସୁଧାଣିକି ପାଣିଗ୍ରାହୀ ଏବଂ ୱାଡେନ୍ ନିରୁପମା ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seven − 6 =