ପଥରଚେପାସ୍ଥିତ ଓଡ଼ିଶା ମଡେଲ ସ୍କୁଲ ଭାରତର ପଂଚମ ଶ୍ରେଷ୍ଠ ସରକାରୀ ଆବାସିକ ସ୍କୁଲ ବର୍ଗରେ ସ୍ଥାନୀତ ହେବା ନିଶ୍ଚିତ ଭାବେ ଗୌରବର ବିଷୟ, କହିଲେ ଶ୍ରୀମୟୀ ମିଶ୍ର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ଓଡ଼ିଶା ମଡେଲ ସ୍କୁଲ’ ପ୍ରୋଜେକ୍ଟ ସର୍ବଭାରତୀୟ ସ୍ତରରେ ସଫଳତା ହାସଲ କରିଛି। ବଲାଙ୍ଗିରର ପଥରଚେପାସ୍ଥିତ ଓଡ଼ିଶା ମଡେଲ ସ୍କୁଲ ଭାରତର ପଂଚମ ଶ୍ରେଷ୍ଠ ସରକାରୀ ଆବାସିକ ସ୍କୁଲ ବର୍ଗରେ ସ୍ଥାନୀତ ହେବା ନିଶ୍ଚିତ ଭାବେ ଗୌରବର ବିଷୟ । ସ୍କୁଲର ପ୍ରିନ୍ସିପାଲ କ୍ଷମାନିଧି ଝାଙ୍କର ଓ ଦଶମ ଶ୍ରେଣୀ ପରୀକ୍ଷା ରାଜ୍ୟସ୍ତରୀୟ ମଡେଲ ସ୍କୁଲ ଟପ୍ପର ସଂସ୍କୃତି ଖମାରୀ ସମ୍ବର୍ଦ୍ଧିତ କରିବାର ସୁଯୋଗ ପାଇଲି । ଏଭଳି ପ୍ରୟାସ ନିଶ୍ଚିତ ଭାବେ ସେମାନଙ୍କ ମନୋବଳ ବୃଦ୍ଧି ସହ ଓଡ଼ିଶାରେ ଉନ୍ନତମାନ ଶିକ୍ଷା ଭିତ୍ତିଭୂମି ବିକାଶର ସଦୁପଯୋଗ କରି ସର୍ବଭାରତୀୟସ୍ତରରେ ଓଡ଼ିଶା ପାଇଁ ଅଧିକ ସଫଳତା ହାସଲ ନିମନ୍ତେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଛନ୍ତି ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ।

Leave A Reply

Your email address will not be published.