ଭିକ ମାଗି ପେଟ ପୋଷୁଥିବା ମହିଳା ରାସ୍ତା ଉପରେ ଜନ୍ମଦେଲେ ଶିଶୁ

ପାରଳାଖେମୁଣ୍ଡି : ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବିଚ୍‌ ରାସ୍ତାରେ । ପାରଳାଖେମୁଣ୍ଡି ରାଜନଗର ସାମନା ମୁଖ୍ୟ ରାସ୍ତାରେ ଭିକ୍ଷାବୃତ୍ତି କରି ପେଟ ପୋଷୁଥିବା ଜଣେ ନିରୀହ ମହିଳା ରାସ୍ତା ଉପରେ ପ୍ରବସ କରିଥିବା ସୂଚନା ମିଳିଛି । ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ସେ ମେଡିକାଲ ଯାଉଥିବା ବେଳେ ରାସ୍ତାରେ ଶିଶୁକୁ ଜନ୍ମ ଦେଇଥିବା ସୂଚନାରେ କୁହାଯାଇଛି । ରାସ୍ତାରେ ଏପରି ଗୁରୁତର ଅବସ୍ଥାରେ ମହିଳାଙ୍କୁ ଦେଖି କିଛି ସୁହୃଦୟ ସାମ୍ବାଦିକ ଏବଂ ସ୍ଥାନୀୟ ଲୋକେ ମହିଳାଙ୍କୁ ସହଯୋଗ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.