pakka

ପାଇକମାଲରେ ଆରମ୍ଭ ହେଲା ଚଉଦ ଦିନିଆ ଲକ୍‌ ଡାଉନ୍‌ : ଶ୍ରମିକ ମାନେ ହଟହଟା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ଆଜି ଠାରୁ ପାଇକମାଲ ଅଞ୍ଚଳରେ ଲକ୍‌ ଡାଉନ୍‌ ଆରମ୍ଭ ହୋଇଛି । ଗାଇଡ଼ ଲାଇନ୍‌ ଅନୁସାରେ ଦୋକାନ ଖୋଲିବା କଥା ସକାଳ ୬ଟାରୁ ୧୨ଟାଯାଏଁ । ଅନ୍ୟ ପକ୍ଷରେ ଗ୍ରାହକ ମାନେ ୫୦୦ ମିଟର ଯାଏ ଚାଲି ଚାଲି ସଉଦା କରି ପାରିବେ । କିନ୍ତୁ ପାଇକମାଲକୁ ଆଖ ପାଖ ଗାଁ ଲୋକେ ଆସିବାକୁ ହେଲେ ନିହାତି ସାଇକେଲ କିମ୍ବା ବାଇକ ଦରକାର । ତେଣୁ ଲୋକେ ପାଞ୍ଚ ଦଶ କିଲୋମିଟର ଦୂରରୁ କିପରି ଚାଲି ଚାଲି ଆସିବେ, ତାହା ବଡ଼ ମୁସ୍‌କିଲ୍‌ ହୋଇଛି । ଆହୁରି ମଧ୍ୟ୍ୟ ନିର୍ମାଣ ଶ୍ରମିକ ମାନେ ବାଇକରେ ଆସିଲେ ପୋଲିସକୁ ଡର । ମାଡ ଖାଇବାକୁ ପଡିବ ତଥା ଫାଇନ ମଧ୍ୟ ଗଣିବାକୁ ପଡି଼ବ ବୋଲି ଚିନ୍ତାରେ ପଡିଛନ୍ତି । କାମ ନ କଲେ ପରିବାର ଖାଇବେ କ’ଣ ବୋଲି ନିର୍ମାଣ ଶ୍ରମିକ ସଂଘ ସଭାପତି କେଦାର ସିଂ ବରିହା ସାମ୍ବାଦିକ ମାନଙ୍କୁ ଜଣାଇଛନ୍ତି । ପଦ୍ମପୁର ଉପଜିଲାପାଳ ଏ ଦିଗରେ ଦୃଷ୍ଟି ଦେଲେ ଭଲ ହୁଅନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

eight + 12 =