pakka

ଚାରପାଲି ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ

kalikesh

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଚାରପାଲି ଗ୍ରାମରେ ବାଜୀରାଉତ କ୍ଳବ ଆନୁକୁଲ୍ୟରେ କୋଭିଡ୍‌-୧୯ ଗାଇଡ ଲାଇନ ପାଳନ କରି କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଜୀରାଉତ କ୍ଳବ ସଦସ୍ୟ ବୃନ୍ଦ ହାତରେ ସାନିଟାଇଜର ଓ ମାସ୍କ ଧରି ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ଲୋକ ମାନଙ୍କୁ ସଚେତନ କରିଥିଲେ । ପ୍ରତ୍ୟେକ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିବା ସଙ୍ଗେ ସଙ୍ଗେ ଅଯଥା ବାହାରକୁ ନ ଯିବା ପାଇଁ ପରାମର୍ଶ ଦେଇଥିଲେ । ବାହାରକୁ ଗଲେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ପାଇଁ ଅନୁରୋଧ କରିଥିଲେ । ଘରେ ରୁହନ୍ତୁ ଓ ସୁସ୍ଥ ରହନ୍ତୁ ନାରା ଲଗାଇ ପ୍ରତ୍ୟେକଙ୍କୁ ସାନିଟାଇଜ କରି ମାସ୍କ ବଣ୍ଟନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଗ୍ରାମର ୱାର୍ଡ ମେମ୍ବର ଭରତ ସାହୁଙ୍କ ସମେତ କ୍ଳବର ତ୍ରିଲୋଚନ ଚୈହାନ, ପିଣ୍ଟୁ ଦୋରା, ଡୋଳାମଣି ବିଶି ଓ ଅନ୍ୟାନ୍ୟ ସଦସ୍ୟମାନେନ ଉପସ୍ଥିତ ଥିଲେ ।

pp
Leave A Reply

Your email address will not be published.

seven + 2 =