pakka

ପୁଣି ୨୪ ଘଂଟାରେ ୧୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨୧, ବଲାଙ୍ଗିରରୁ ୩୧୪

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁଣି ୨୪ ଘଂଟାରେ ୧୦ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦,୫୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୧୫୮୫ରେ ପହଂଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯୪୫ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୪୫୭୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୩୮୮, ବାଲେଶ୍ୱରରୁ ୯୭, ବରଗଡ଼ରୁ ୫୪୩, ଭଦ୍ରକରୁ ୧୫୮, ବଲାଙ୍ଗିରରୁ ୩୧୪, ବୌଦ୍ଧରୁ ୨୫୦, କଟକରୁ ୯୬୩, ଦେବଗଡ଼ରୁ ୮୮, ଢେ଼ଙ୍କାନାଳରୁ ୮୮, ଗଜପତିରୁ ୧୧୩, ଗଂଜାମରୁ ୧୯୬, ଜଗତସିଂହପୁରରୁ ୨୧୭, ଯାଜପୁରରୁ ୩୭୩, ଝାରସୁଗୁଡ଼ାରୁ ୩୧୪, କଳାହାଣ୍ଡିରୁ ୫୭୧, କନ୍ଧମାଳରୁ ୭୨, କେନ୍ଦ୍ରାପଡ଼ାରୁ ୧୨୧, କେଉଁଝରରୁ ୧୯୪, ଖୋର୍ଦ୍ଧାରୁ ୧୪୭୭, କୋରାପୁଟରୁ ୧୮୨, ମାଲକାନଗିରିରୁ ୮୩, ମୟୁରଭଂଜରୁ ୨୮୮, ନବରଂଗପୁରରୁ ୪୦୪, ନୟାଗଡ଼ରୁ ୨୨୪, ନୂଆପଡ଼ାରୁ ୩୦୪, ପୁରୀରୁ ୩୧୯, ରାୟଗଡ଼ାରୁ ୧୪୦, ସମ୍ବଲପୁରରୁ ୪୬୦, ସୋନପୁରରୁ ୧୧୨, ସୁନ୍ଦରଗଡ଼ରୁ ୧୧୮୬ ଓ ଷ୍ଟେଟ ପୁଲ୍‌ରୁ ୨୮୨ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.

18 + six =