ଜଙ୍ଗଲରୁ ଏକ ନବଜାତ ଶିଶୁ କନ୍ୟା ଉ‌ଦ୍ଧାର

ପାଟଣାଗଡ଼, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମ ପଞ୍ଚାୟତର ଚକାମାଲ୍ ଚାନ୍ଦିଲିତଲ୍ ବଡଡଙ୍ଗର ଜଙ୍ଗଲରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଛେଳି ଚରାଳିମାନେ ଶିଶୁ କନ୍ୟାର କୁଆଁ କୁଆଁ କାନ୍ଦ ଶୁଣି ସାଲେପାଲି ଗ୍ରାମର ଆଶାକର୍ମୀଙ୍କୁ ଖବର ଦେଇଥିଲେ । ଶିଶୁ କନ୍ୟାକୁ ଜିଲ୍ଲା ଉପଖଣ୍ଡ ମୂଖ୍ୟ ଚିକିତ୍ସାଳୟ ପାଟଣାଗଡ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଶିଶୁ କନ୍ୟାଟିର ଓଜନ ୧.୯୦୦ କିଗ୍ରା ରହିଥିବା ଜଣାପଡ଼ିଛି । ବର୍ତ୍ତମାନ ଶିଶୁ କନ୍ୟା ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ସାଲେପାଲି ଗ୍ରାମର ଆଶାକର୍ମୀ ପଙ୍କଜିନୀ ମେହେର ଶିଶୁ କନ୍ୟାଟିକୁ ନିଜ ଝିଅ କରି ରଖିବା ପାଇଁ କହିଛନ୍ତି ।

Leave A Reply

Your email address will not be published.