ଲଳିତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସୁଥିବା ଜଣାପଡ଼ିଛି । ଅସ୍ଥିମଜ୍ଜା କ୍ୟାନ୍‌ସର୍‌ରେ ପୀଡ଼ିତ ହେବା ପରେ ତାଙ୍କ କେମୋ ଚିକିତ୍ସା ସମାପ୍ତ ହୋଇଥିଲା । ଏହାପରେ ଏଇ ଅଳ୍ପଦିନ ମଧ୍ୟରେ ତାଙ୍କର ଭେଲୋର୍‌ରେ ଅସ୍ଥିମଜ୍ଜା ପ୍ରତିରୋପଣ କରାଯିବା ପାଇଁ ନିଷ୍କତ୍ତି ନିଆଯାଇଛି । ତେବେ ଭେଲୋର୍‌ ଯିବା ପୂର୍ବରୁ କରୋନା ପଜିଟିଭ୍‌ ଚିହ୍ନଟ ହେବାରୁ ତାଙ୍କୁ ଭୁବନେଶ୍ୱର କେୟାର୍‌ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଗତକାଲି ସଂଧ୍ୟାରୁ ତାଙ୍କୁ ଅକ୍ସିଜେନ୍‌ ସହାୟତାରେ ରଖାଯାଇଥିଲା । ଗମ୍ଭୀର ସ୍ଥିତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଥିବା ମଧ୍ୟ ଜନସାଧାରଣରେ ଚର୍ଚ୍ଚା ହେଉଥିଲା । ଏବେ ଏବେ ମିଳିଥିବା ଖବର ଅନୁସାରେ ବର୍ତ୍ତମାନ ଆସ୍ତେ ଆସ୍ତେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ଡାକ୍ତରମାନେ କହିଛନ୍ତି । ତାଙ୍କ ଆଶୁ ସୁସ୍ଥତା ପାଇଁ ବଲାଙ୍ଗିରର ବିଭିନ୍ନ ଅନୁଷ୍ଠାନ ତଥା ଜନସାଧାରଣଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଛି ।

Leave A Reply

Your email address will not be published.