ଜଙ୍ଗଲ ବିଭାଗର ହସ୍ତକ୍ଷେପ ଯୋଗୁଁ ଅଟକିଛି ରାସ୍ତା କାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗାଁରୁ ଦହିତା ରାସ୍ତା ସଂଯୋଗ ହୋଇଅଛି । ଦୁଇ ତିନି ବର୍ଷ ପୂର୍ବରୁ ଏହାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଇ କାର୍ୟ୍ୟାରମ୍ଭ କରା ଯାଇଥିଲା । ରାସ୍ତାଟି ଗ୍ରାମ୍ୟ ଜଙ୍ଗଲ ଦେଇ ଯାଇଥିବାରୁ ଏହି ସମୟରେ ପଦ୍ମପୁର ଜଙ୍ଗଲ ବିଭାଗ ଆସି ହସ୍ତକ୍ଷେପ କରି ରାସ୍ତା କାମକୁ ବନ୍ଦ କରି ଦେଇଥିଲା । ରାସ୍ତା ନିର୍ମାଣ କାର୍ୟ୍ୟ କରି ପାରିବେନି ବୋଲି ରୋକଠୋକ ମନା କରିଥିଲ। ବିଭାଗକୁ । ରାସ୍ତା କାର୍ୟ୍ୟ କଲା ବେଳେ ଗ୍ରାମ୍ୟ ଜଙ୍ଗଲ କୌଣସି କ୍ଷତି ହୋଇନଥିଲା । ରାସ୍ତା ବିଭାଗ ଓ ଜଙ୍ଗଲ ବିଭାଗ ଭିତରେ ବୁଝାମଣା ନ ଛିଣ୍ତିବାରୁ ରାସ୍ତାଟି ଅଧା କାମରେ ଅଟକିଲା । ଏଠାରେ ପ୍ରଶ୍ନ ଉଠୁଛି ଯେ , ଏହାର ଆଗରୁ କାହା ଅନୁମତିରେ ପିଚୁ ହୋଇଥିଲା । ଏବେ ପିଚୁ ହେଲେ ଜଙ୍ଗଲ ବିଭାଗର କି କ୍ଷତି ହେବ, ଉତ୍ତର ଦେବେ କି ଜଙ୍ଗଲ କର୍ତ୍ତୃପକ୍ଷ ? ବାରମ୍ବାର ରାସ୍ତା ବିଭାଗ ଓ ଜଙ୍ଗଲ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ପଦକ୍ଷେପ ନିଆ ଯାଉନାହିଁ କାହିଁକି ? ଉଭୟ ବିଭାଗର କି ସ୍ବାର୍ଥ ଉପରେ ବାଧା ହେଉଛି ବୋଲି ପ୍ରଶ୍ନ କରୁଛନ୍ତି ବୁଡାମାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ଚୁତର୍ଭୁଜ ମେହେର ।

Leave A Reply

Your email address will not be published.