ଆସ୍ତେ ଆସ୍ତେ ପାଦ ଥାପୁଛି ଶୀତ

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ପାଣିପାଗରେ ଏବେ ପରିବର୍ତ୍ତନ ଦେଖାଦେଇଛି । ସଫା ରହିଛି ଆକାଶ । ପାଗ ବି ଶୁଖିଲା ରହିଛି । ଆସ୍ତେ ଆସ୍ତେ ତାତି ବି କମିବାରେ ଲାଗିଛି । ରାତିରେ ଟିକେ ଶୀତର ଅନୁଭବ ହେଉଥିବା ବେଳେ ଭୋର୍‌ ବେଳକୁ ଶୀତ ତାର କାୟା ବିସ୍ତାର କରିବାକୁ ଚେଷ୍ଟା କଲାଣି । ତେବେ ଗବେଷକଙ୍କ ଅନୁସାରେ ଶୀତ ସମୟରେ କରୋନା ସଂକ୍ରମଣର ପ୍ରକୋପ ବଢ଼ିପାରେ । କାକର ବି‌ନ୍ଦୁରେ ସଂକ୍ରମଣ ପ୍ରଖର ହୋଇପାରେ ବୋଲି ପୂର୍ବରୁ କୁହାଯାଇଛି । ଏଣୁ ଏହି ସମୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା ତଥା ବାରମ୍ବାର ହାତ ଧୋଇବା ଆଦି କରୋନା ନିୟମ ଅନୁପାଳନ ବିଧେୟ ।

Leave A Reply

Your email address will not be published.