ସହର ଭିତରେ ଦ୍ରୁତ ମୋଟର ସାଇକେଲ୍‌ ଚାଳକଙ୍କ ପ୍ରତି ବଲାଙ୍ଗିର ପୋଲିସ ପଦକ୍ଷେପ ନେବ କେବେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହର ଭିତରେ ଦ୍ରୁତ ମୋଟର ସାଇକେଲ୍‌ ଚାଳକଙ୍କ ପ୍ରତି ବଲାଙ୍ଗିର ପୋଲିସ୍‌ କେବେ କଠୋର ପଦକ୍ଷେପ ନେବ ବୋଲି ଚାହିଁ ବସିଛନ୍ତି ବଲାଙ୍ଗିର ସହରବାସୀ । ସ୍ପିଡ଼୍‌ ବାଇକ୍‌ ରାଇଡ଼ର୍‌ମାନଙ୍କ ଆତଙ୍କ ବଢ଼ି ବଢ଼ି ଚାଲିଛି । ସାଧାରଣ ଜନତା ଏମାନଙ୍କ ଦୌରାତ୍ମ୍ୟରେ ଅତିଷ୍ଟ ହୋଇ ଉଠୁଛନ୍ତି । ଜନ ଗହଳି ଭିତରେ ସଁ ସଁ ଫଁ ଫଁ ହୋଇ ଛୁଟୁଛି ମୋଟର୍‌ ସାଇକେଲ୍‌ ୧୦୦ରୁ ଅଧିକ ସ୍ପିଡ଼୍‌ରେ । ରାସ୍ତାରେ ଯାତାୟାତ କରୁଥିବା ଲୋକେ ଭୟଭୀତ ହୋଇ ଉଠୁଛନ୍ତି । ପ୍ରତି ଘଂଟେ ଅଧଘଂଟାରେ ଏଭଳି ଗୋଟିଏ ଗୋଟିଏ ମୋଟର୍‌ ସାଇକେଲ୍‌କୁ ସହର ଭିତରେ ସାମ୍‌ନା କରିବାକୁ ପଡ଼ୁଛି ବୋଲି ସହରବାସୀ ଆଲୋଚନା କରୁଛନ୍ତି । ତେବେ ଏଇ ସ୍ପିଡ଼୍‌ ବାଇକ୍‌ ରାଇଡ଼ର୍‌ମାନଙ୍କୁ ଲଗାମ୍‌ ଲଗାଯିବା ଆବଶ୍ୟକ ହୋଇ ପଡ଼ିଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ଏଥିପ୍ରତି କଠୋର ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.