ପାନ ଦୋକାନ ଉପରେ ଚଢ଼ାଉ : ଗୁଟଖା ପାଇଁ ଜୋରିମାନା ଅସୁଲ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ପ୍ରଶାସନ ଅଚାନକ ଗୁରୁବାର ଦିନ ସହରରେ ଗୁଟ୍‌ଖା ବିକ୍ରୟକୁ ରୋକିବା ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ସହରର ବିଭିନ୍ନ ପାନ ଦୋକାନରେ ଟିଟିଲାଗଡ଼ ତହସିଲଦାର ଆନନ୍ଦ ପଣ୍ଡା, ଟିଟିଲାଗଡ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଏସଆଇ ମନୋଜ ମୁଣ୍ଡା, ପୋଲିସ କର୍ମୀଙ୍କ ସହ ଗୁରୁବାର ସନ୍ଧ୍ୟାରେ ପାନ ଦୋକାନଗୁଡିକରେ ଚଢ଼ଉ କରିଥିଲେ । ତେବେ ଉକ୍ତ ଦୋକାନଗୁଡ଼ିକୁ ସିଗାରେଟ ସମେତ ମାତ୍ର କିଛି ଶହ ଟଙ୍କାର ଗୁଟଖା ଥିବା ନେଇ ୨୦୦ ଟଙ୍କା ଜୋରିମାନା କରି ଫେରି ଯାଇଥିଲେ । ଟିଟିଲାଗଡ ସହରରେ ବେଆଇନ ଗୁଟଖା, ଭାଙ୍ଗ, ନକଲି ପାଣି ପାଉଚ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷିଦ୍ଧ ଘୋଷିତ ପଲିଥିନ ବେଧଡକ୍‌ ପ୍ରଚଳନ ଜାରି ରହିଥିବା ବେଳେ ପ୍ରଶାସନ କେବେ ସଚେତନ ହେବ ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ କରିଛନ୍ତି ।

Leave A Reply

Your email address will not be published.