pakka

ରାସ୍ତା ଖରାପ ଯୋଗୁଁ ଶଗଡରେ ବୁହା ହେଲେ ରୋଗୀ

bbehera

ନବରଙ୍ଗପୁର : ରାସ୍ତା ଖରାପ ଯୋଗୁଁ ଶଗଡ ଗାଡିରେ ବୁହା ହେଲେ ରୋଗୀ । ଉପାନ୍ତ ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ ବଦେଳପାଣି ଗାଁରେ ଆଜିର ଯୁଗରେ ବି ଶଗଡ ହେଲା ଆମ୍ବୁଲାନ୍ସ । ରାସ୍ତା ଖରାପ ଥିବାରୁ ଗାଁରେ ପହଂଚି ପାରିଲା ନାହିଁ ୧୦୮ ଆମ୍ବୁଲାନ୍ସ । ଶଗଡରେ ରୋଗୀଙ୍କୁ ଶୁଆଇ ୫ କିଲୋମିଟର କାଦୁଆ ରାସ୍ତା ପାରି କରାଇଛନ୍ତି ସଂପର୍କୀୟ । ସୂଚନା ଅନୁସାରେ ଗାଁର ୩ ଜଣ ବ୍ୟକ୍ତି କୁଳେ ସାନ୍ତା, କାତି ସାନ୍ତା ଏବଂ ଘନ ସାନ୍ତା ଝାଡାବନ୍ତି ହୋଇ ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ଏଭଳି ହଇରାଣ ହୋଇଥିବା କୁହାଯାଇଛି । ଏବେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

ten + 14 =