ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ତରଫରୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ

ମନମୁଣ୍ଡା : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବି) ତରଫରୁ ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ କରାଯାଇଛି । ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ରୀତାରାଣୀ ତ୍ରିପାଠୀଙ୍କ ସଭାପତିତ୍ୱରେ ଏକ ସଭା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପିଏନ୍‌ବି ସମ୍ବଲପୁର ସର୍କଲ ମୁଖ୍ୟ ଲିଙ୍ଗରାଜ ଲୁହା, ମୁଖ୍ୟବକ୍ତା ଭାବେ ପିଏନ୍‌ବି ପୂର୍ବତନ ସିଜିଏମ୍‌ ବିକାଶ ନାରାୟଣ ମିଶ୍ର, ସମ୍ମାନିତ ଅତିଥି ଭାବେ ପିଏନ୍‌ବି ସମ୍ବଲପୁର ଚିଫ୍‌ ମ୍ୟାନେଜର ଶାଶ୍ୱତ ସାହୁ, ସୋନପୁର ଶାଖା ପରିଚାଳକ ରୂପେଶ ସାହୁ, ପିଏନ୍‌ବି ଅଧିକାରୀ ଶକ୍ତି ଝା, ମନମୁଣ୍ଡା ସି ଆରସିସି ପ୍ରଜିଣା ପାଢ଼ୀ, ପୁରାତନ ଛାତ୍ର ତଥା ମୃତ୍ତିକା ସଂରକ୍ଷଣ ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ସାହୁ(ଭୁବନେଶ୍ୱର) ପ୍ରମୁଖ ଯୋଗ ଦେଇଥିଲେ । ବିକାଶ ନାରାୟଣ ମିଶ୍ର ଏବଂ ନିରଞ୍ଜନ ସାହୁ ଏହି ସ୍କୁଲର ପୁରାତନ ଛାତ୍ର ହୋଇଥିବାରୁ ସେମାନଙ୍କ ସମୟର ଏହି ସ୍କୁଲରେ ବିତାଇଥିବା ଛାତ୍ର ଜୀବନ ଅନୁଭୂତି କହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଭଲ ପାଠ ପଢି ସୁନାଗରିକ ତଥା ବଡ଼ ମଣିଷ ହେବାକୁ କହିଥିଲେ । ପିଏନ୍‌ବି ଅଧିକାରୀଗଣ ବ୍ୟାଙ୍କ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ବିଶେଷ କରି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଜଣାଇଥିଲେ । ତାପରେ ବ୍ୟାଙ୍କ ଅଧିକାରୀଗଣ ପ୍ରଥମରୁ ଅଷ୍ଟମ ଶ୍ରେଣୀର ୨୨୦ ଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଏହି ସ୍କୁଲରେ ଆହୁରି ଅନେକ କାର୍ଯ୍ୟକ୍ରମ କରାଯିବ ବୋଲି ବ୍ୟାଙ୍କ ଅଧିକାରୀ କହିଥିଲେ । ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ଦେଇ ଉତ୍ସାହିତ କରିଥିବାରୁ ପିଏନ୍‌ବିକୁ ଅଭିଭାବକଗଣ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି । ଶେଷରେ ସିଆର୍‌ସିସି ପ୍ରଜିନା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ମୋ ସ୍କୁଲ ଅଭିଯାନର ସଭାପତି ତଥା ସାମ୍ବାଦିକ ବୈଦ୍ୟନାଥ ହୋତାଙ୍କ ଅନୁରୋଧ କ୍ରମେ ପିଏନ୍‌ବିର ପୂର୍ବତନ ସିଜିଏମ୍‌ ତଥା ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ୍‌ର ବରିଷ୍ଠ ପରାମର୍ଶଦାତା ବିକାଶ ନାରାୟଣ ମିଶ୍ରଙ୍କ ପ୍ରଚେଷ୍ଠାରେ ପିଏନ୍‌ବି ଏହା ପ୍ରଦାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲା ।

Leave A Reply

Your email address will not be published.

ten − two =