ମିନି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

ତୁରୁମୁଙ୍ଗା : ହୋଲିରେ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ଥିବା ବେଳେ ଚୋରମାନେ ପାଟଣା ବ୍ଲକର ଧରୁଆପଡ଼ାରେ ଥିବା ଏକ ଫିନୋ ମିନି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ କରିଥିବା ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଛି । ଖବରରୁ ପ୍ରକାଶ ଯେ, ପାଟଣା ବ୍ଲକ ମୁରୁସୁଆଁ ପଞ୍ଚାୟତ ଧରୁଆପଡ଼ା ଛକ ନିକଟରେ ଶରତ କୁମାର ମହାନ୍ତ ଏକ ଫିନୋ ମିନି ବ୍ୟାଙ୍କ ଚଳାଇ ଆସୁଥିଲେ । ଗତକାଲି ହୋଲି ଯୋଗୁଁ ଏହା ବନ୍ଦ ଥିବା ବେଳେ ଦିନ ୨ଟାରୁ ୩ଟା ମଧ୍ୟରେ ଚୋରମାନେ ଏହି ମିନି ବ୍ୟାଙ୍କର କବାଟ ଭାଙ୍ଗି ଘର ଭିତରେ ପଶିବା ସହ ଶରତ ଟେବୁଲ୍ ଡ୍ରୟାରରେ ରଖିଥିବା ୧ ଲକ୍ଷ ୧୭ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିବା ସେ ଅପରାହ୍ନରେ ଜାଣିବାକୁ ପାଇଥିଲେ । ଏନେଇ ଶରତ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ତୁରୁମୁଙ୍ଗା ପୁଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.

three × five =