pakka

୩୦୧ କେଜି ଗଞ୍ଜେଇ ଜବତ

bbehera

ସାନଖେମୁଣ୍ଡି : ଗୋବିନ୍ଦପୁର ପଞ୍ଚାୟତ କୃଷ୍ଣପୁର ଓ ବୁରେଇ ପାହାଡ ଗ୍ରାମର କିଛି ଘରେ ବିପୁଳ ପରିମାଣରେ ଗଞ୍ଜେଇ ଥିବା ଖବର ପାଇ ପାଟପୁର ପୋଲିସ ଚଢାଉ କରି ୩୦୧ କେଜି ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଏହି ଗଞ୍ଜେଇ ଚାଲାଣରେ ଆନ୍ତଃରାଜ୍ୟ ର‍୍ୟାକେଟର ସମ୍ପୃକ୍ତି ରହିଥିବା ପୋଲିସ ସନ୍ଦେହ କରୁଛନ୍ତି । ଖୁବ୍ ଶୀଘ୍ର ଫେରାର ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଚଢ଼ାଉରେ ଆସିକା ଏସ୍‌ଡିପିଓ ଉମା ଶଙ୍କର ସିଂ, ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା ଧରାକୋଟ ଥାନା ଅଧିକାରୀ ମମତା ସାମନ୍ତରା, ଶେରଗଡ଼ ଥାନା ଅଧିକାରୀ ମନୋଜ ପ୍ରଧାନ, ପାଟପୁର ଥାନା ଅଧିକାରୀ ସବ୍ୟସାଚି ମଲ୍ଲ, ୨ ପ୍ଲାଟୁନ ସମେତ ଅନ୍ୟମାନେ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

7 + thirteen =